ଢ଼ିଙ୍କିଆରେ ଜିନ୍ଦଲ ଶିଳ୍ପ ଉନ୍ମୋଚନ

ଏରସମା : ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ଠାରେ ବହୁ କଳ୍ପନା,ଜଳ୍ପନା ସଂଘର୍ଷ ପରେ ଜିନ୍ଦଲ ଶିଳ୍ପ କାରଖାନା ପ୍ରକଳ୍ପ  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି। ଲୋକେ ନିଜର ଭିଟାମାଟି, ପାନ, ମୀନ ଧାନ କ୍ଷେତକୁ ପେଟରେ ଭୋକ ଥାଇ କମ୍ପାନୀ ହାତରେ ଟେକି ଦେଇଛନ୍ତି । ଦେଶର ଉନ୍ନତି ପାଇଁ ହଜାର ହଜାର ଲୋକଙ୍କ ଭିଡରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପଟରରୁ ଓହ୍ଲାଇ ଲୋକଙ୍କ ସମର୍ଥନକୁ ସ୍ୱାଗତ କରିଥିଲେ। ଆଜିର ଅତିଥି ମଧ୍ୟରେ ପ୍ରଚ୍ଛଦ ପଟ୍ଟର ନାୟକ ଭିକେ ପାଣ୍ଡିୟାନ, ବାଲିକୁଦା ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିନ୍ଦଲ କମ୍ପାନୀ ଚେୟାରମ୍ୟାନ ସଞ୍ଜନ ଜିନ୍ଦଲ,ସାଂସଦ ଡା.ରାଜାଶ୍ରୀ ମଲ୍ଲିକ,ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଯୋଗଦେଇ ବିରାଟ ପ୍ରକଳ୍ପରେ ସାମିଲ ହୋଇଥିଲେ। ଶିଳ୍ପ ଗଢିଉଠିଲେ ଦେଶର ଉନ୍ନତି ହେବ ଲୋକଙ୍କର ବିକାଶ ହେବ ନେତାମାନେ କହିଥିଲେ। ଢ଼ିଙ୍କିଆ ଠାରେ ଜିନ୍ଦଲ ଷ୍ଟିଲ କାରଖାନାରେ ୩୦,୦୦୦ରୁ ଅଧିକ କର୍ମଚାରୀ କାମ କରିବେ ଯାହା ଚେୟାରମ୍ୟାନ ସଞ୍ଜନ ଜିନ୍ଦଲ କହିଥିଲେ। ବିଭିନ୍ନ ପ୍ରତିଶୃତି ଦେଇ କମ୍ପାନୀ ନିଜର ପୁଞ୍ଜି ବିକାଶ କରୁଥିବାବେଳେ ଲୋକଙ୍କ ବିକାଶ ଯାହା ଦେଖିବାକୁ ବାକି ରହିଲା।

Comments (0)
Add Comment