ତିର୍ତୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

ଜଗତସିଂହପୁର: ତିର୍ତୋଲ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପନିର୍ବାଚନ ପ୍ରଚାର ଲାଗି ଭାରତୀୟ ଜନତା ପାଟି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରୁ ରୋଡ ସୋରେ ଯୋଗ ଦେଇ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିଛନ୍ତି ରାଜ୍ୟର ଦଳ ବିରୋଧରେ ଜୋରରେ ବର୍ଷିଛନ୍ତି । ତାଙ୍କ ଦଳୀୟ ପ୍ରାର୍ଥୀ ରାଜିକିଶୋର ବେହେରାଙ୍କୁ ପଦ୍ମଚିହ୍ନରେ ଭୋଟ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ଆଗାମୀ ଦିନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଦୃଢ଼ ସଂକଳ୍ପ ନେବାଲାଗି ତିର୍ତୋଲ ଭୋଟର୍ ଭାଇ ଭଉଣୀମାନଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ କ୍ଷମତାସୀନ ଅମଲାରାଜ ଶାସନରେ ସାଧାରଣ ଜନତା ଅତିଷ୍ଠ ହେବା ସହ ପ୍ରତି କ୍ଷେତ୍ରରେ ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି । କେନ୍ଦ୍ରରେ ଶାସନଧିନ ଏନଡିଏ ସରକାର ଭାରତକୁ ଦ୍ରତ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରୁଥିବାରୁ ଆମ ରାଜ୍ୟ ଓଡ଼ିଶାରେ ମେହେନତି କରୁଥିବା ମଣିଷ ମୁହଁରେ ହସ ଭରି ଦେବାକୁ ହେଲେ ବିଜେଡିର ବିଜୟକୁ ଭଉଣୀମାନେ ସୁନିଶ୍ଚିତ କରିବାକୁ କହିଲେମନ୍ତ୍ରୀ ଶ୍ରୀ ପ୍ରଧାନ ଆକୁଳ କଣ୍ଠରେ ନିବେଦନ କରିଥିବାର ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ଏଠାରେ ଆଜି ପହଂଚିବା ପରେ ସର୍ବପ୍ରଥମରେ ଝଙ୍କଡବାସନୀ ମା’ସାରଳାଙ୍କ ପୂଜା ଅର୍ଚ୍ଚନା ପରେ ପ୍ରଚାରକାର୍ଯ୍ୟ ଆରମ୍ଭ କରିଥିରେ । ସେ ତିର୍ତୋଲ ଶାରଳାସୂତା କଳ ଏବଂ କୋଭିଡ ଦ୍ୱାରା କାମଧନ୍ଦା ପାଇଁ ପାରୁନଥିବା ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ଉପରେ ପ୍ରଧାନମନ୍ତ୍ରୀ ମୋଦିଜୀ ବିଶେଷ ଧ୍ୟାନ ଦେବାକୁ ସେ ଭୋଟରମାନଙ୍କୁ ପ୍ରତିଶୃତି ଦେଇଥିଲେ । ବିଜେପି ପ୍ରାର୍ଥୀ ଶ୍ରୀ ବେହେରାଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ରାସ୍ତାକଡ଼ରେ ଉପସ୍ଥିତ ଦଳୀୟ କର୍ମୀ ଓ ନେତାମାନଙ୍କୁ ପ୍ରଥପାନ୍ତ ସଭାରେ ନିର୍ବାଚନ କରିଥିଲେ । ତାଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ପ୍ରାୟ ୭୦ କି.ମି. ବାଇକ୍ ରାଲିରେ ଶହ ଶହ ବିଜେପି କର୍ମୀନେତା ଓ ଶୁଭେଚ୍ଛୁ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ତିର୍ତୋଲଠାରୁ ରଘୁନାଥପୁର ଦେଇ ବିରିଡି ବାଇଶିମୋଜା ମଙ୍ଗୁଳି ପଡିଆଠାରେ ଏହି ବାଇକ୍ ରାଲି ପହଂଚିଥିଲା । ସେଠାରେ ସମବେତ ପ୍ରାୟ ୨୦୦୦ ହଜାର କର୍ମୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବୋଧିତ କରିଥିଲେ । ତାଙ୍କସହ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବିଭୁପ୍ରସାଦ ତରାଇ, ଶିବପ୍ରସାଦ ଦାସ, ପ୍ରତାପ ମିଶ୍ର ଏବଂ ବିଭିନ୍ନ ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତଥିଲେ । ରାସ୍ତା କଡ଼ରେ ଶହ ଶହ ଶ୍ରଦ୍ଧାଳୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଫୁଲ ତୋଡା ଦ୍ୱାରା ଦୃଢ଼ ସମର୍ଥନ ଦେଇଥିବାର ଦେଖିବାକୁ ମିଳିଥିଲା ।

Comments (0)
Add Comment