ଦମ୍ପତିଙ୍କ ବିବାହ ବାର୍ଷିକୀରେ ରକ୍ତଦାନ


ଯାଜପୁର: ଯାଜପୁର ଜିଲ୍ଲାର ବରୀ ବ୍ଲକ ଅର୍ନ୍ତଗତ ବାଇଁଶିରିଆ ଗ୍ରାମପଂଚାୟତର ଇଛାପୁର ଗ୍ରାମର ଯୁବ ସମାଜସେବୀ ସତ୍ୟ ରଂଜନ କର ଓ ପତ୍ନୀ ଶ୍ରାବଣୀ ପଣ୍ଡା ନିଜର ୮ମ ବିବାହ ବାର୍ଷିକୀ ଅବସରରେ ପ୍ରତି ବର୍ଷ ପରି ଏବର୍ଷ ରକ୍ତଦାନ କରି ଏକ ନିଆରା ଢଙ୍ଗରେ ବିବାହ ବାର୍ଷିକ ପାଳନ କରିବା ସହିତ ନିଜର ପିଲାମାନଙ୍କ ଜନ୍ମଦିନ, ବାପା ମାଙ୍କ ଶ୍ରାଦ୍ଧ ଓ ବିବାହ ବାର୍ଷିକରେ ରକ୍ତଦାନ କରି ନିଜ ଅଂଚଳରେ ଥିôବା ରକ୍ତ ଅଭାବକୁ ଦୂରକରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆଜି ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପହଂଚି ଦମ୍ପତିଙ୍କୁ ଉତ୍ସାହିତ କରିଥିବା ବେଳେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଓ ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ ଉପସ୍ଥିତ ରହିଥିଲେ । ପୂର୍ବରୁ ଏହି ଦମ୍ପତି ବହୁବାର ରକ୍ତଦାନ ଶିବିର ଆୟୋଜନ କରୁଥିବା ବେଳେ ପ୍ରତିଟି କାର୍ଯ୍ୟକ୍ରମରେ ବୃକ୍ଷରୋପଣ ଓ ବୃକ୍ଷଦାନକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଏହାପୂର୍ବରୁ ନିଜର ସାନ ଭାଇଙ୍କ ବିବାହ ଉତ୍ସବରେ ସେ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ବୃକ୍ଷ ଚାରା ବଂଟନ କରି ଚର୍ଚ୍ଚାକୁ ଆସିଥିଲେ । ତେଣୁ ତାଙ୍କ ପରି ସମସ୍ତ ଲୋକ ନିଜର ଜନ୍ମଦିନ, ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରି ନିଜର ଖୁସି ମୁହୂର୍ତକୁ ଏକ ଭିନ୍ନ ରୂପରେ ବାଂଟିବାକୁ ଅନୁରୋଧ କରିବା ସହିତ ସଚେତନତା ବାର୍ତା ବାଂଟିଛନ୍ତି । ତାଙ୍କର ଏପରି ମହତକାର୍ଯ୍ୟ ପାଇଁ ଦମ୍ପତିଙ୍କୁ ସାଧାରଣରେ ବହୁ ପ୍ରଶଂସା ମିଳିଛି ।

Comments (0)
Add Comment