ଭୁବନେଶ୍ୱର: ଘରୋଇ କଳିର କରୁଣ ପରିଣତି । ପାରିବାରିକ କଳି ଉଗ୍ରରୂପ ଧାରଣ କରିବା ପରେ ମା’ ଦୁଇ ପୁଅଙ୍କ ଦେହରେ କିରୋସିନ ଢାଳି ନିଅାଁ ଲଗାଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଲାଞ୍ଜୁଡ଼ା ପଂଚାୟତ ଅନ୍ତର୍ଗତ ଭୋପାଳ ଗାଁରେ । ପାରିବାରିକ କଳହରୁ ଜଣେ ବିବାହିତା ମହିଳା ନିଜର ୨ ପୁଅଙ୍କ ସମେତ ନିଜ ଦେହରେ ନିଅାଁ ଲଗାଇ ଦେଇଥିବାର ଖବର ମିଳିଛି ।ସୂଚନା ଅନୁସାରେ ଭୋପାଳ ଗାଁର ସଚିତ୍ର ସ୍ୱାଇଁଙ୍କ ପତ୍ନୀ ଲୋଭାବତୀ ସ୍ୱାଇଁ ପାରିବାରିକ କଳହ ଫଳରେ ରାଗିଯାଇ ୮ ବର୍ଷର ପୁଅ ଅଶ୍ୱିନୀ ଓ ୩ ବର୍ଷର ପୁଅ ଆୟୁଷଙ୍କୁ ଘରେ ବନ୍ଦ କରି କିରୋସିନ ଢାଳି ନିଅାଁ ଲଗାଇବା ସହ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଚିକ୍ରାର ଶୁଣି ପଡେ଼ାଶୀମାନେ ଧାଇଁ ଆସି କବାଟ ଭାଙ୍ଗି ତିନିଜଣଙ୍କୁ ଉଦ୍ଧାର କରିଥିଲେ ।ଏଥିରେ ଲୋଭାବତୀ ଓ ତାଙ୍କ ସାନପୁଅଙ୍କର ୮୦ ଭାଗ ଶରୀର ପୋଡ଼ିଯାଇଥିବା ବେଳେ ବଡ଼ପୁଅର ୨୦ ଭାଗ ଶରୀର ପୋଡ଼ିଯାଇଛି । ସେମାନଙ୍କୁ ପ୍ରଥମେ ରାଜନଗର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ସାନପୁଅ ଓ ମାଆଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିବାର ସୂଚନା ମିଳିଛି । ବଡ଼ପୁଅ ରାଜନଗର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।