ଦୁଇ ବାଇକ ମୁହାଁମୁହିଁ, ୩ ଆହତ

ବୌଦ୍ଧ: ଜମଟାଙ୍ଗୀ – ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟା
ସମୟରେ ଷାଣ୍ଡପାଲି ଗ୍ରାମର ଶରତ ଷାଣ୍ଡ ନିଜ ମାଆଙ୍କୁ ଗୋଟିଏ ବାଇକରେ ବସାଇ ଜମଟାଙ୍ଗୀରେ ଥିବା ନିଜ ଚାଷ ଜମିକୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଗୋଟିଏ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ସେମାନେ ଆହତ ହୋଇଥିଲୋ ଖବର୍ ପାଇ ବାଉଁଶୁଣି ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ବାଉଁଶୁଣିରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ।

Comments (0)
Add Comment