ଦୁଇ ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ବିଶେଷ ଟ୍ରେନ ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ର ସେବା ବୃଦ୍ଧି କରିବାପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ହାଓଡ଼ା ଠାରୁ ପ୍ରତି ସୋମ, ମଙ୍ଗଳ, ଗୁରୁ ଓ ଶନିବାର ଦିନ ରାତ୍ରି ୧୧ଘ.୩୦ମି.ରେ ଭାସ୍କୋ-ଡ଼ା-ଗାମାକୁ ଛାଡୁଥିବା ୦୮୪୦୭ ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଟ୍ରେନ ହାଓଡ଼ା ଠାରୁ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିଭଳି, ଫେରିବା ମାର୍ଗରେ ଭାସ୍କୋ-ଡ଼ା-ଗାମା ଠାରୁ ପ୍ରତି ରବି, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ସକାଳ ୬ଘ.୫୦ମି.ରେ ହାଓଡ଼ା କୁ ଛାଡୁଥିବା ୦୮୪୦୮ ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ ଭାସ୍କୋ-ଡ଼ା-ଗାମା ଠାରୁ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ହାଇଦ୍ରାବାଦ ଠାରୁ ପ୍ରତିଦିନ ସକାଳ ଆଠ ଘଟିକାରେ ହାଓଡ଼ା କୁ ଯାତ୍ରା କରୁଥିବା ୦୮୬୪୬ ହାଇଦ୍ରାବାଦ-ହାଓଡ଼ା ସ୍ପେଶାଲ ହାଇଦ୍ରାବାଦରୁ ୧୫ ମଇ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିଭଳି, ଫେରିବା ମାର୍ଗରେ ହାଓଡ଼ା ଠାରୁ ପ୍ରତିଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ହାଇଦ୍ରାବାଦକୁ ଯାତ୍ରା କରୁଥିବା ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ୧୭ ମଇ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ ।

Comments (0)
Add Comment