ଆଠଗଡ: କଟକ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ କୋଭିଡ଼୍ କଟକଣା ମଧ୍ୟରେ ପାଳିତ ହେଉଛି ଜାଗର ଯାତ୍ରା । କରୋନା ସଂକ୍ରମଣ ଏଡାଇବାକୁ ଚଳିତ ବର୍ଷ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପରିଧାନ କରି, ସାମାଜିକ ଦୂରତ୍ୱ ରକ୍ଷା କରି କେବଳ ସେବାୟତ ମାନେ ବାବାଙ୍କ ଆଜିର ଦିନର ସ୍ୱତନ୍ତ୍ର ନୀତିକାନ୍ତି ଜାରୀ ରଖିଛନ୍ତି । ରାତି ସାଢେ଼ ୧୧ ଟାରୁ ସାଢେ଼ ୧୨ଟା ମଧ୍ୟରେ ମହାଦ୍ୱୀପ ଉଠିବା ନେଇ ମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।