ଧରାପଡିଲା କୁମ୍ଭୀର; ଖୋଜିବାରେ ନାକେଦମ ହୋଇଥିଲା ବନ ବିଭାଗ

କାଲିମେଳା: ବନବିଭାଗ କୁମ୍ଭୀର ଖୋଜିବାରେ ନାକେଦମ ହେଲେଣି। ଡ୍ରୋନ କ୍ୟାମେରାରେ କୁମ୍ଭୀର ଦୃଶ୍ୟ ଦେଖିବା ପରେ ପୋଖରୀରେ ଜାଲ ପକାଇ କୁମ୍ଭୀର ଧରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲା । ଆଜି ଧରାପଡିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅନ୍ତର୍ଗତ ଏମ.ଭି-୮୩ ଗ୍ରାମରେ ଥିବା ଏକ ବଡ଼ ପୋଖରୀରେ ଗତ କିଛିଦିନ ହେଲା କୁମ୍ଭୀର ବୁଲୁଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ। ବନବିଭାଗ କର୍ମଚାରୀ ପହଁଞ୍ଚି କୁମ୍ଭୀର ଧରିବା ପାଇଁ ଉଦ୍ୟମ କରି ବିଫଳ ହେବାପରେ ପୋଖରୀ ପାଖରେ ଏକ ବ୍ୟାନର ଲଗାଇ ପୋଖରୀକୁ ନଯିବା ଲାଗି ଜନସଚେତନତା କରାଯାଇଥିଲା। ଏହାବ୍ୟତୀତ ଡାକବାଜି ଯନ୍ତ୍ର ସହାୟତାରେ ସତର୍କ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରାୟ ସପ୍ତାହ ର ଅକ୍ଳାନ୍ତ ପରିଶ୍ରମ ପରେ ଆଜି ଧରାପଡିଛି ସେହି ଅଞ୍ଚଳକୁ ଭୟଭୀତ କରିଥିବା କୁମ୍ଭୀର। ଏହି କୁମ୍ଭୀର ଗତିବିଧିକୁ ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ କରାଯାଇ ଜାଲ ପକାଇ ଖୋଜା ଚାଲୁଥିଲା ବେଳେ ଆଜି ବନ ବିଭାଗ ଓ କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଧରାପଡ଼ିଲା କୁମ୍ଭୀର।। ସ୍ବତନ୍ତ୍ର ଭାବେ ଉଦ୍ଧାରକାରୀ ଟିମ ଗଠନ କରାଯାଇ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ପୋଖରୀ ନିକଟରେ କ୍ୟାମ୍ପ କରି କୁମ୍ଭୀର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ବର୍ତ୍ତମାନ କୁମ୍ଭୀର ର ଓଜନ କରି ରେଞ୍ଜ ଅଫିସ ଏମ.ଭି-୭୯ କୁ ନିଆଯାଉଛି। ସ୍ଵାସ୍ଥ୍ୟ ପରୀକ୍ଷା ପରେ ଭଲ ସ୍ଥାନ ଦେଖି ଛଡାଯିବ ବୋଲି କହିଛନ୍ତି ବନ ବିଭାଗର କର୍ମଚାରୀ ଓ ରେଞ୍ଜର ରଶ୍ମି ରଞ୍ଜନ ସ୍ବାଇଁ,ଦୀପଙ୍କର ଶୀଉଲି,ସମୀର କୁମାର ଜେନା,ମୋନଜ ବିଷୋୟୀ, ତପନ କୁମାର ସାହା, ବନିତା ଦଲାଇ।

Comments (0)
Add Comment