ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୧୩ ତାରିଖ ଦିନ ଖଣ୍ଡଗିରି ଅଂଚଳର ଶ୍ରୀଧର ବେହେରା ଚାଲି ଚାଲି ଘରକୁ ଫେରୁଥିବା ବେଳେ ତାଙ୍କ ପାଖରୁ ଦୁର୍ବୁତମାନେ ମୋବାଇଲ ଛଡାଇ ନେଇ ପଳାଇଥିଲେ । ତେବେ ଏନେଇ ଶ୍ରୀଧର ନିକଟସ୍ଥ ଥାନାରେ ଅଭିଯାଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ ମୋବାଇଲ ଫୋନ୍କୁ ଟ୍ରାକ୍ କରି ଉଭୟ ଅଭିଯୁଙ୍କୁୁ ଗିରଫ କରିବା ସହ ତାଙ୍କ ପାଖରୁ ଆଉ ୧୧ଟି ମୋବାଇଲ ଉଦ୍ଧାର କରାଯାଇଛି । ଅଭିଯୁୂକ୍ତ ଦୁଇ ଜଣ ହେଲେ ଖଣ୍ଡଗିରି ଅଂଚଳର ବିକାଶ ଓ ତ୍ରିଲୋଚନ କାଣ୍ଡି । ଉଭୟଙ୍କୁ ଥାନାରେ ଅଟକ ରଖାଯାଇଛି ।