ଧଳାଜହର ଏବେ ଗଳିକନ୍ଦିରେ!

ଭୁବନେଶ୍ୱର,୧୨.୬(ନି.ପ୍ର.): ରାଜଧାନୀକୁ ଛାଇଗଲାଣି ବ୍ରାଉନ୍ସୁଗର (ଧଳାଜହର) ବିଷ । ବହୁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବପିଢି ଏବେ ଏହା କବ୍ଜାରେ । ତେବେ ଡେରିରେ କମିଶନରେଟ୍ ପୋଲିସ ନିଦ ଭାଙ୍ଗିଛି । ଗତ କିଛି ମାସ ଭିତରେ କମିଶନରେଟ୍ ପୋଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି କିଛି ବେପାରୀଙ୍କୁ ଗିରଫ କରିଛି । ଗୁରୁବାର ମଧ୍ୟ ପୋଲିସ ରାଜଧାନୀରୁ ୨ ନିଶା ମାଫିଆଙ୍କୁ ଧରିଛି । ହେଲେ ସେମାନଙ୍କ ଠାରୁ କିଛି ଗ୍ରାମ୍ ପାଉଡର ଜବତ ହୋଇଛି । ରାଜଧାନୀକୁ କେଜି କେଜି ଯୋଗାଇ ଆସୁଥିବା ଗୋଟିଏ ବି ବଡ଼ ବେପାରୀଙ୍କ ଟେର ପାଉନାହିଁ କମିଶନରେଟ୍ ପୋଲିସ । ଲକ୍ଷ୍ମୀସାଗର ଥାନା ଅଧିନ ହଳଦୀପଡ଼ିଆ ବସ୍ତି ହେଉଛି ଏହି ବିଷ ବେପାରର କେନ୍ଦ୍ରସ୍ଥଳ । ଏହି ବସ୍ତିରେ ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀମାନେ ବି ଧାଳାଜହର ବିଷ ପୁଡ଼ିଆ ଅଂଟାରେ ଧରି ବୁଲିନ୍ତି ଓ ନିଶାଡିଙ୍କୁ ଯୋଗାଇ ଦିଅନ୍ତି । ଲକ୍ଷ୍ମୀସାଗର ଥାନା ପୋଲିସଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯର୍୍ୟନ୍ତ କେହି ବି ସେମାନଙ୍କୁ ଗରିଫ କରନ୍ତି ନାହିଁ । ତେଣୁ ଦିନକୁ ଦିନ ସେମାନଙ୍କ ବେପାର ବଢି ବଢି ଚାଲିଛି । ହଳଦୀପଡ଼ିଆରୁ ପୁରୁଣା ଭୁବନେଶ୍ୱର , ମଂଚେଶ୍ୱର, ଖଣ୍ଡଗିରି, ଧର୍ମବିହାର, ଘାଟିକିଆ, ପଟିଆ, ତମାଣ୍ଡୋ ଓ ଶେଷରେ ଚେର ଲମ୍ବି ଯାଇଛି ଖୋର୍ଦ୍ଧା ପର୍ଯ୍ୟନ୍ତ । ନେଡ଼ିଗୁଡ଼ କହୁଣୀକୁ ବୋହିଲା ପରେ ଏବେ କମିଶନରେଟ୍ ପୋଲିସ ଚେତା ପଶିଛି । ଗତ କିଛି ଦିନ ହେଲା ପୋଲିସ ବିଭିନ୍ନ ସ୍ଥାନରେ ଗଢାଉ କରି ଅଳ୍ପ ସଂଖ୍ୟକ ବେପାରୀ ଗିରଫ କରିଛି । କୋଲକାତାରୁ ଜଳେଶ୍ୱର ଓ ସେଠାରୁ ରାଜଧାନୀକୁ ଚାଲାଣ ହେଉଛି । ରାଜଧାନୀର ପ୍ରତି ଗଳିକନ୍ଦି ଓ ସହର ଉପକଣ୍ଠରେ ବର୍ତମାନ ବ୍ରାଉନ୍ସୁଗର ଅବାଧରେ ବିକ୍ରି ହେଉଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ ଲକ୍ଡାଉନ୍ ଯୋଗୁ ଏବେ ଫାଙ୍କାପଡୁଥିବା ବିଭିନ୍ନ ପାର୍କ ଓ ଖୋଳ ପଡିଆରେ ଚୋରା ନିଶା ଔଷଧର ଖୋଲାଖୋଲି ବେପାର ଚାଲିଛି
ବ୍ରାଉନ୍ସୁଗର ବିକିବା ପାଇଁ ନିଶାଖୋର୍ ମାନଙ୍କୁ ପାର୍କକୁ ଡକାଉଛନ୍ତି । ଏମିତିକି ବ୍ରାଉନ୍ସୁଗର କିଣିବା ବାବଦରେ ଡିଲ୍ ବି ପାର୍କରେ ହେଉଛି । ମାଫିଆଙ୍କ ସହ ସେଠାରେ ମୂଲଚାଲ ଚାଲୁଛି । ମୁକ୍ତେଶ୍ୱର ପାର୍କରୁ ୨ ବେପାରି ଧରା ପଡ଼ିଛନ୍ତି । ସାଲିଆ ସାହିର ହାତିଆଶୁଣି ପଡ଼ିଆରେ, ଚନ୍ଦ୍ରଶେଖରପୁର ଅଂଚଳରେ ବୃଦ୍ଧ ପାର୍କ, ଜନତା ମଇଦାନ ନିକଟ ଗାନ୍ଧି ପାର୍କ ସହ ଶିଖରଚଣ୍ଡୀ ଖୋଲା ପାହାଡ଼ରେ ନିଶା କାରବାର ଜମୁଛି ।

Comments (0)
Add Comment