ମାଲକାନଗିରି : ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ଏକ ବହୁତ ବଡ ଖବର ସାମ୍ନାକୁ ଆସିଛି। ମାଓବାଦୀଙ୍କର ଗୁଳିରେ ଜଣେ ଜଣେ ଯବାନ ସହୀଦ ହୋଇଛନ୍ତି। ତେବେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନ ପକ୍ଷରୁ ଜଙ୍ଗଲରେ ପେଟ୍ରୋଲିଙ୍ଗ ପାଇଁ ବାହାରିଥିଲେ, ସେହି ସମୟରେ ମାଓବାଦୀଙ୍କ ପକ୍ଷରୁ ହଠାତ୍ ଯବାନମାନଙ୍କ ଉପରେ ଅତର୍କିତ ଭାବେ ଗୁଳିଚାଳନା କରିଥିଲେ। ତେବେ ଯବାନ ପକ୍ଷରୁ ମଧ୍ୟ ଗୁଳି ଚଳାଇଥିବାବେଳେ, ମାଓବାଦୀ ମାନେ ଜଙ୍ଗଲ ଭିତରେ ଖସି ପଳାଇଥିଲେ। ତେବେ ବର୍ତ୍ତମାନ ସର୍ଚ୍ଚ ଅପରେସନକୁ ଯବାନ ପକ୍ଷରୁ ଜୋରଦାର କରାଯାଇଛି ଏବଂ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ରବିବାର ସକାଳେ ସମୟରେ ଛତିଶଗଡର ସୁକମାଠାରେ ଏହି ଘଟଣା ଘଟିଛି। ତେବେ ମାଓବାଦୀଙ୍କ ଗୁଳିରେ ସହୀଦ ଯବାନ ଜଣେ SI ରହିଥିଲେ। ଏହି ସମଗ୍ର ଘଟଣା ବିଷୟରେ ସୂଚନା ଆଧାରରେ ଯବାନମାନେ ବେଦ୍ରେ କ୍ୟାମ୍ପରୁ କିଛି ଦୁରରେ ମାଓବାଦୀ ରହିଥିବା ସନ୍ଧାନ ପାଇଁ ଥିଲେ ଯବାନ। ତେବେ କିଏ ଜାଣି ଥିଲା ଯେ ମୃତ୍ୟୁ ସେମାନଙ୍କୁ ଅପେକ୍ଷା କରିଛି। ଯେଉଁ ସମୟରେ ଯବାନ ମାନେ ରାସ୍ତା ଦେଇ ଜଙ୍ଗଲ ମୁହା ଗତି କରିଥିଲେ। ଠିକ ସେହି ସମୟରେ ଜଙ୍ଗଲ ଭିତରକୁ ଲୁଚି ରହିଥିବା ମାଓବାଦୀ ଗୁଳି ଚାଳନା କରିଥିଲେ। ତେବେ ଗତ ୪ଦିନ ଭିତରେ ଏହା ୩ୟ ଥର ମାଓବାଦୀଙ୍କ ହାମଲା। ସହୀଦ ଏସ. ଆଇ ଜଣେ ଥିଲେ ସୁଧାକର ରେଡ୍ଡୀ ଯିଏ କି ୧୬୫ ବାଟାଲିୟନର ସବ୍ ଇନ୍ସପେକ୍ଟର ରହିଥିଲେ। ଏବଂ ଆହତ ଯବାନ ଜଣେ ହେଉଛନ୍ତି ରାମୁ ଯିଏକି କନେଷ୍ଟବଳ ରହିଛନ୍ତି। ତେବେ ଏହି ଘଟଣାରେ ଅଧିକ ଗୁରୁତର ଯବାନମାନଙ୍କୁ ଏୟାରଲିଫ୍ଟ କରାଯାଉଥିବା ବେଳେ ଆହତ ଯବାନ ମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ଏପଟେ ସୁକମା ଏସପି ଏହି ଘଟଣାକୁ ଗୁରୁତର ସହିତ ନେଇ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି। ଏଥି ସହ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।