ନବରଙ୍ଗପୁରରେ ହେବ ପ୍ରେକ୍ଷାଳୟ

*୧0 କୋଟି ଟଙ୍କା ବ୍ୟୟ ରେ ହେବ ନିର୍ମିତ

ନବରଙ୍ଗପୁର : ଆଦିବାସୀ ବହୁଳ ନବରଙ୍ଗପୁର ଜ଼ିଲ୍ଲାରେ ହେବ ୧୦ କୋଟି ଟଙ୍କା ବ୍ୟୟରେ ବହୁ ପ୍ରତିକ୍ଷିତ ଆଧୁନିକ ପ୍ରେକ୍ଷାଳୟ । ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ନଗରପାଳ କୁନୁ ନାୟକ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାର କ୍ଷେତ୍ର ପରିଦର୍ଶନ କରିଛନ୍ତି ।ଏଥିପାଇଁ ନବରଙ୍ଗପୁର ଗାବ୍ରିଏଲଗୁଡା ନିକଟସ୍ଥ କଲ୍ୟାଣ ମଣ୍ଡପ ନିକଟରେ ୨ ଏକର ଜମି ପୌରସଂସ୍ଥା ତରଫରୁ ଯୋଗାଇ ଦିଆଯାଇଛି। ଅତି ଶୀଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଶୁଭ ଦିଆଯିବ। ଏହି ପଦକ୍ଷେପ ପାଇଁ ନବରଙ୍ଗପୁର ଜିଲ୍ଲାର କଳାକାର, ସଂସ୍କୃତି ପ୍ରେମୀ , କବି, ଲେଖକ ଓ ଜନସାଧାରଣ ଖୁସି ପ୍ରକଟ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲାପାଳ, ନବରଙ୍ଗପୁର ତହସିଲଦାର, ପୌରସଂସ୍ଥା ର ନଗରପାଳ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାର ସମସ୍ତ କଳାକାର, ସଂସ୍କୃତି ପ୍ରେମୀ , କବି, ଲେଖକ, ସାହିତ୍ୟିକ, ଆଇନଜୀବୀ, ସମ୍ବାଦଦାତା, ବୁଦ୍ଧୀଜୀବୀ ମାନେ କୃତଜ୍ଞତା ଜଣାଇଛନ୍ତି।

Comments (0)
Add Comment