ନିର୍ମାଣ ପରେ ବି’ପାଇଖାନା ଅନୁପଯୋଗୀ

ଚମ୍ପୁଆ: ଗ୍ରାମାଚଂଳରେ ନିର୍ମାଣ କରାଯାଇଥିବା ପାଇଖାନା କାମରେ ଲାଗୁନଥିବା ତଥା ନିର୍ମାଣର ୨ ବର୍ଷ ପରେ ବି ଏହା ବ୍ୟବହାର ହେଉ ନଥିବା ଅଭିଯୋଗ ହୋଇଛି । ଏହାର ଜ୍ୱଳନ୍ତ ପ୍ରମାଣ ଚମ୍ପୁଆ ବ୍ଲକ ବଡନଈ ପଂଚାୟତରଅନ୍ତର୍ଗତ ସାନନଈ ଗ୍ରାମର ଢୁଡାସାହିରେ । ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୧୮/୧୯ ଉକ୍ତ ଆଦିବାସୀ ସାହିରେ ସ୍ୱଛ ଭାରତ ଯୋଜନା ଅନୂସାରେ ପ୍ରତ୍ୟେକ ଘରେ ପାଇଖାନା ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଯାଇ ବାହ୍ୟ ମଳତ୍ୟାଗକୁ ରୋକିବା ଦିଗରେ ପଦକ୍ଷେପ ନିଆଯିବା ସହିତ ପାଇଖାନା ନିର୍ମାଣ କରାଯାଇଥିଲା । ୧୨ ହଜାର ଟଙ୍କା ବ୍ୟୟ ଅଟକଳରେ ଏହା ହିତାଧିକାରୀ ମାନେ ନିଜେ ନିର୍ମାଣ କରିବା ନିୟମ ରହିଥିବା ବେଳେ ଠିକାଦାର ମାଧ୍ୟମରେ କରାଯାଇ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିଲା । ଠିକାଦାରଙ୍କ ଦ୍ୱାରା ଏହି ପାଇଖାନା ନିର୍ମାଣ କରାଯାଉଥିବା ବେଳେ କୌଣସି ଅଧିକାରୀଙ୍କ ପାଦ ସେଠାରେ ପଡିନଥିବା ସାହିବାସୀନ୍ଦା ଠାରୁ ଜଣାପଡିଛି । ଏହି ପାଇଖାନା ଗୁଡିକ ନିମ୍ନମାନର ହୋଇଥିବା ଯୋଗୁଁ ହିତାଧିକାରୀ ମାନେ ବ୍ୟବହାର କରୁନଥିବା ଜଣାଯାଇଛି । ତେଣୁ କେଉଁଠି ଏହା ଜାଳେଣି କାଠ ରଖିବା ପାଇଁ ବ୍ୟବହାର କରାଯାଉଛି ତ କେଉଁଠି ଏହା କୁକୁଡା ଘର ଭାବରେ ବ୍ୟବହାର କରାଯାଉଛି । ଏପରିକି ଅନେକ ପାଇଖାନା ଭାଙ୍ଗି ପଡିଥିବା ବେଳେ କାହାର କବାଟ ନାହିଁ । ଫଳରେ ଯଥା ପୂର୍ବ ତଥା ପର ଆଦିବାସୀଙ୍କ ଜିବନ ଶୈଳୀ ପୂର୍ବଭଳି ଚାଲିଥିବା ଦେଖାଯାଇଛି । ଏ ନେଇ ବିଭାଗୀୟ ଯନ୍ତ୍ରୀ ରାମକୃଷ୍ନ ସିଂ ଙ୍କୁ ପଚାରିବାରୁ କହିଛନ୍ତି ଯେ ହିତାଧିକାରୀଙ୍କୁ ବ୍ୟବହାର ପାଇଁ ଦିଆଯାଇଛି ସେମାନେ ବ୍ୟବହାର ନକଲେ କଣ କରାଯାଇପାରିବ ବୋଲି କହିଛନ୍ତି ।

Comments (0)
Add Comment