ନିଶା ପାଇଁ ୧୩ ବର୍ଷ ଶିଶୁର ମୃତ୍ୟୁ

ଭୁବନେଶ୍ୱର: ନିଶା ପାଇଁ ଅସାମାଜିକ ଯୁବକଙ୍କୁ ଟଙ୍କା ନଦେବାକୁ ଗଲା ନାବାଳକର ଜୀବନ । ରାଜଧାନୀ ଭରତପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭରତପୁର ଅଞ୍ଚଳର ନବମ ଶ୍ରେଣରେ ପଢୁଥିବା ୧୩ବର୍ଷର ନାବାଳକ ଅଶ୍ୱିନୀ ପାଢୀ ।
ଗତ ସେପ୍ଟେମ୍ବର ୨ତାରିଖ ସନ୍ଧ୍ୟାରେ ଅଶ୍ୱିନୀ ସଉଦା ପାଇଁ ପାଖ ହାଟକୁ ଯାଉଥିଲେ । ସେହି ସମୟରେ ଛକରେ ନିଶା ସେବନ କରୁଥିବା ୧୦ଜଣ ଯୁବକ ଅଶ୍ୱିନୀଠାରୁ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ । ହେଲେ ଅଶ୍ୱିନୀ ଟଙ୍କା ନଦେବାରୁ ଭୁଜାଲିରେ ହାଣି ଦେଇଥିଲେ । ଗୁରୁତର ଅବସ୍ଥାରେ ନାବଳକକୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

Comments (0)
Add Comment