‘ପରୀ’ ହତ୍ୟାର ତଦନ୍ତ ପାଇଁ ୫ଜଣିଆ ଏସଆଇଟି ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ‘ପରୀ’ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଛନ୍ତି । ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ କ୍ରାଇମବ୍ରାଞ୍ଚର ଏସପି, ଆର.କେ ଦୋରା, ଅତିରିକ୍ତ ଏସପି, ଆର.ପି ଥମ୍ବ, କ୍ରାଇମବ୍ରାଞ୍ଚ ଇନିସପେକ୍ଟର ନରେନ୍ଦ୍ର ବେହେରା ଏବଂ ମମତା ରାଣୀ ପଣ୍ଡା । ପରୀ ହତ୍ୟାର ତଦନ୍ତ ପାଇଁ ଏସଆଇଟି ଗଠନ ନେଇ ଆଜି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟର ରେଜିଷ୍ଟାରଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଜଣେ ସିଟିଂ ଜଜ ଏସଆଇଟି ତଦନ୍ତର ତଦାରଖ ଦାୟିତ୍ୱ ଦେବାପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

Comments (0)
Add Comment