ତାଳଚେର: ତାଳଚେର ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପଲିଥିନ୍ ଉପରେ ଚଢ଼ାଉ କରାଯାଇ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହ ବହୁ ପଲିଥିନ୍କୁ ଜବତ କରାଯାଇଛି । ତାଳଚେରରେ ପଲିଥିନ, ସୋଲ ଇତ୍ୟାଦି ଉପରେ କଟକଣା ଲଗାଯାଇ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ପାଇଁ ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା ବେଳେ ଏହାକୁ ଅବଜ୍ଞା କରି ଦୋକାନୀମାନେ ପଲିଥିନର ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲେ । ଆଜି ମାଜିଷ୍ଟେ୍ରଟ୍ ଓ ପୁଲିସ ଉପସ୍ଥିତିରେ ପୌରଅଧିକାରିଣୀ ରଶ୍ମିରେଖା ଅମାନ୍ତ ହାଟତୋଟାର ୨୦ଟି ଦୋକାନ ଉପରେ ଚଢ଼ାଉ କରିଥିଲେ । ସେଥିମଧ୍ୟରୁ ୩ଟି ଦୋକାନରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲା ବେଳେ ବାକି ୧୬ଟି ଦୋକାନ ଜୋରିମାନା ଦେବା ପାଇଁ ସମୟ ନେଇଥିଲେ । କିନ୍ତୁ ଗୋଟିଏ ଗ୍ରୋସେରୀ ଦୋକାନ ଜୋରିମାନା ଦେବାକୁ ଅମଙ୍ଗ ହେବାରୁ ସେହି ଦୋକାନକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଥିବାର ପୌରଅଧିକାରିଣୀ ସୂଚନା ଦେଇଛନ୍ତି । ତେବେ ଏହି ପଲିଥିନ୍ର ଚଢ଼ାଉ ଆଗକୁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ବେଳେ ଦୋକାନୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।