ପାଟଣାଗଡ଼ରେ ଗୋଟିଏ ଦିନରେ ଶହେ ଅମାନିଆ ଗଣିଲେ ତଣ୍ଡ

ପାଟଣାଗଡ : ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ସପ୍ତାହର ଶନିବାର ଏବଂ ରବିବାର ଦିନକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଏହି ଦୁଇ ଦିନ ପାଇଁ କେବଳ ଅତ୍ୟାବଶ୍ୟକୀୟ ସ୍ଥଳେ ଯାତାୟାତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ତଥାପି କିଛି ଅମାନିଆ ଏହାକୁ ଖାତିର କରୁନାହାନ୍ତି ଏବଂ ବେଧଡକ ଭାବେ ଯାତାୟତ କରୁଛନ୍ତି । ଏଣୁ ପାଟଣାଗଡ ପୋଲିସ ଏହାକୁ ଦୃଷ୍ଟିରେ ରଖି ସହରର ମୁଖ୍ୟ ରାସ୍ତାରେ କଡାକଡି ଭାବେ ଚେକିଂ ଚଳାଇଛି । ହେଲେ ଅମାନିଆ ମାନୁ ନଥିବାରୁ ଗୋଟିଏ ଦିନରେ ଶହେ ଜଣକ ଠାରୁ ଫାଇନ ଆଦୟ କରାଯାଇଛି ।ପାଟଣାଗଡ ସହରର ରାମଜୀ ଛକ ଏବଂ ବସଷ୍ଟାଣ୍ଡ ଠାରେ ପୋଲିସ ପକ୍ଷରୁ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଯାଇ ଚେକିଂ କରାଯାଉଛି । ଅତ୍ୟାବଶ୍ୟକ ସ୍ଥଳେ ଲୋକଙ୍କୁ ଛାଡି ଦିଆଯାଉଥିବା ବେଳେ ବିନା କାରଣରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ପାଟଣାଗଡ ଥାନାଧିକାରୀ ଅନନ୍ତ ପଧାନ ନିଜେ ଉପସ୍ଥିତ ରହି ଛନ୍ତି । ସଟଡାଉନ ସମୟରେ ମଧ୍ୟ ୧୦୦ ଜଣ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା କହିଛନ୍ତି । ଲୋକଙ୍କୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ଲୋକେ ମାନୁନାହାନ୍ତି ବୋଲି କହିଛନ୍ତି ।

Comments (0)
Add Comment