ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗ ଷଡ଼ଯନ୍ତ୍ରରେ ସ୍କୁଲ୍ ପିଲାଙ୍କୁ ଭୁଲ୍ ଇତିହାସ ପଢାଯାଉଛି । ଷÂ ଶ୍ରେଣୀ ସାହିତ୍ୟ ବହିର ପୃଷ୍ଠା ନଂ- ୫୦ରେ ଯେଉଁ ବ୍ୟକ୍ତିଙ୍କ ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି, ତାହା ଆଦୌ ତଥ୍ୟ ଆଧାରିତ ନୁହେଁ । ଆର.ଏସ୍.ଏସ୍.ର ଦୀକ୍ଷା ଗୁରୁ ସାବରକରଙ୍କୁ ଦେଶପ୍ରେମୀ କଏଦୀର ଆଖ୍ୟା ଦିଆଯାଇ ମିଥ୍ୟା କାହାଣୀ ବର୍ଣ୍ଣିତ କରାଯାଇଛି । ବୀର ସାବରକର ସ୍ୱାଧୀନତା ଆନେ୍ଦାଳନରେ ଅଂଶଗ୍ରହଣ କରିବା, ବି୍ରଟିଶ୍ ସରକାରଙ୍କ ଦ୍ୱାରା ଗିରଫ ହେବା ଓ ସେଲୁଲାର ଜେଲ୍ ଯିବା ଘଟଣା ପର୍ଯ୍ୟନ୍ତ ସତ୍ୟ ହୋଇଥିଲେ ସୁଦ୍ଧା ଜେଲ୍ରେ ଥିବା ସମୟରେ ବ୍ରିଟିଶ୍ ସରକାରୀ କର୍ତୃପକ୍ଷଙ୍କୁ ବାରମ୍ବାର କ୍ଷମା ପ୍ରାର୍ଥନା ପତ୍ର ଦେଇ ଜେଲ୍ରୁ ମୁକୁଳିବା ଓ ମୁକୁଳିବା ପରେ ସ୍ୱାଧିନତା ଆନେ୍ଦାଳନରେ ଅଂଶଗ୍ରହଣ ନକରି ବ୍ରିଟିଶ୍ ଶାସନ ସପକ୍ଷରେ ପ୍ରବର୍ତାଇବା ଓ ବ୍ରିଟିଶ୍ ସରକାରଙ୍କଠାରୁ ନିୟମିତ ଭତା ଗ୍ରହଣ କରିବା ଘଟଣା ଉଲ୍ଲେଖ ନ ହୋଇ ତାଙ୍କୁ ଉଦେ୍ଧଶ୍ୟମୂଳକ ଭାବେ ମହିମାମଣ୍ଡିତ କରାଯାଇଛି । ପାଠ୍ୟପୁସ୍ତକରେ କୌଣସି ଚରିତ୍ର ସମ୍ପର୍କରେ ଉଲ୍ଲେଖ ହେଲାବେଳେ ସବୁଦିଗ ଉଲ୍ଲେଖ ରହିବା ବିଧେୟ । ତେଣୁ ଶିକ୍ଷା ବିଭାଗ ତୁରନ୍ତ ଏହି ବିଷୟକୁ ସାହିତ୍ୟ ବହିରେ ସତ୍ୟତାର ଅବତାରଣା ସହ ଉଲ୍ଲେଖ ପାଇଁ ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଦୃଢ ଦାବି କରାଯାଇଛି । ଅତୀତରେ ଜାତୀର ଜନକ ମହାତ୍ମା ଗାନ୍ଧୀ ସାମ୍ପ୍ରଦାୟିକ ଆତଙ୍କବାଦୀ ନାଥୁରାମ୍ ଗଡ଼ସେ ଗୁଳି କରି ହତ୍ୟା କରିବା ଓ ତତ୍ଜନିତ ମହାତ୍ମା ଗାନ୍ଧୀ ଶହୀଦ ହୋଇଥିବା ବିଷୟ ଉଲ୍ଲେଖ କରାନଯାଇ ଗାନ୍ଧୀ ଆକସ୍ମିକ ମୃତୁ୍ୟବରଣ କରିଥିବା ଶିକ୍ଷା ବିଭାଗ ଦ୍ୱାରା ଉଲ୍ଲେଖ କରି ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବାର ଉଦ୍ୟମ କରାଯାଇଥିଲା । ଏ.ଆଇ.ଏସ୍.ଏଫ୍. ପକ୍ଷରୁ ପ୍ରତିରୋଧ ପରେ ସରକାର ଏହାର ସଂଶୋଧନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ପ୍ରତି କ୍ଷମତାରେ ଥିବା ସଂଘ ପରିବାରର ଷଡ଼ଯନ୍ତ୍ରରେ ଇତିହାସକୁ ବିକୃତ କରିବାର ଉଦ୍ୟମ ବନ୍ଦ କରାନଗଲେ ଦେଶର ଭବିଷ୍ୟତ ବଂଶଧର ବିଭ୍ରାନ୍ତିର ଶିକାର ହେବେ ବୋଲି ଆଶଙ୍କା ପ୍ରକଟ କରାଯାଇଛି । ପାଠ୍ୟ ପୁସ୍ତକରେ ବିକୃତ ବିଚାରଧାରାର ପ୍ରଚାରକୁ ଛାତ୍ର ସମାଜ ସବୁମନ୍ତେ ପ୍ରତିରୋଧ କରିବ ଓ ଏଥିରୁ ଉତ୍ପନ୍ନ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।