ପାନ ଦୋକାନରେ ମିଳୁଛି ମଦ, ଗଞ୍ଜେଇ!

ଯାଜପୁର: – ମହାମାରୀ କରୋନା ସମୟରେ ଚୋରା ମଦ ଓ ଗଞ୍ଜେଇ କାରବାର ଦୃତ ଗତିରେ ବଢ଼ି ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଦିନ ରାତି ଏହି ବେଆଇନ କାରବାର ଖୋଲାଖୋଲି ଚାଲିଥିଲେ ମଧ୍ୟ ପୁଲିସ ଅଥବା ଅବକାରୀ ବିଭାଗ ପକ୍ଷରୁ ସେଭଳି ଆଖି ଦୃଶିଆ ଠୋସ ପଦକ୍ଷେପ ନିଆଯାଉନାହିଁ । ବିଶେଷ କରି ମଙ୍ଗଳପୁର, ଝୁମ୍ପୁରୀ, ବ୍ଲକ୍ ଛକ, କାଟିଆ, ବଉଳାଙ୍ଗ, ନନ୍ଦିପୁର, ଛତ୍ରପଡ଼ା ଆଦି ବଜାରରେ ଥିବା ପାନ ଓ ଚା’ ଦୋକାନରେ ଏହି ଚୋରା ବ୍ୟବସାୟ ଅଧିକ ମାତ୍ରାରେ ଚାଲିଥିବା ଅଭିଯୋଗ ହେଉଛି । ଏହାବାଦ୍ ଗାଁ ଗହଳିରେ ଥିବା କେତେକ ପାନ ଓ ତେଜରାତି ବ୍ୟବସାୟୀ ଏହି ଚୋରା ମଦ ଓ ଗଞ୍ଜେଇ ବ୍ୟବସାୟୀକୁ ଆଦରି ନେଇଛନ୍ତି । ଯଦ୍ୱାରା ସଂପୃକ୍ତ ଅଂଚଳରେ ଦୈନିକ ନାନାଦି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସଂଧ୍ୟା ହେଲେ ଉକ୍ତ ସ୍ଥାନ ମାନଙ୍କରେ ନିଶାସକ୍ତଙ୍କ ଆଡ୍ଡÿା ଜମୁଥିବା ହେତୁ ମହିଳା ତଥା ଭଦ୍ରଲୋକ ମାନେ ବାହାରକୁ ଯିବାକୁ ଅସୁରକ୍ଷିତ ମଣୁଥିବା ସାଧାରଣରେ ମତ ପ୍ରକାଶ ପାଇଛି । ସେହିପରି ଦଶରଥପୁର ବ୍ଲକର ପ୍ରମୁଖ ବ୍ୟବସାୟ ପେଣ୍ଠ ମଙ୍ଗଳପୁର ଓ ଝୁମ୍ପୁରୀ ବଜାରର ଏକାଧିକ ସ୍ଥାନରେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ନିଶାଡ଼ିଙ୍କ ଦୈାରାତ୍ମ୍ୟ ଯୋଗୁ ସ୍ଥାନୀୟ ଅଂଚଳର ବହୁ ଗରିବ ପରିବାର ପ୍ରଭାବିତ ହେଉଥିବା ବେଳେ ଅନେକ ସ୍କୁଲ ଓ କଲେଜ ଛାତ୍ରଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଜିଲ୍ଳା ଅବକାରୀ ବିଭାଗ ସମେତ ପୁଲିସ ଏଥି ପ୍ରତି କଡ଼ା ନଜର ଦେବା ସହ ବେଆଇନ ମଦ ଓ ଗଞ୍ଜେଇ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

Comments (0)
Add Comment