ପାରାଦୀପରେ ୨୩ତମ ସର୍ବଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ ଓ ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡ ମିଳିତ ଆନୁକୂଲ୍ୟରେ ୨୩ ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ପାରାଦୀପ ବନ୍ଦରର ଜୟଦେବ ସଦନ ପରିସରରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ  ଉଦଘାଟନ କରିଥିଲେ l ୧0 ଟି ବୃହତ ବନ୍ଦରର ପ୍ରାୟ ୨00 କଳାକାର ବିଭିନ୍ନ ଭାଷାରେ ଡ୍ରାମା,ନୃତ୍ୟ,କୋରିଓଗ୍ରାଫି, ଶାସ୍ତ୍ରୀୟ ଏବଂ ଲାଇଟ ଭୋକାଲ୍ ଓ ବାଦ୍ୟଯନ୍ତ୍ର କଳା ପ୍ରଦର୍ଶନ କରିବେ | ଏହି କାର୍ଯ୍ୟକ୍ରମ ଡିସେମ୍ବରରେ ୧0 ତାରିଖ ଦିନ ଉଦଯାପିତ ହେବ l ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ଓ ପାରାଦୀପ ଲେଡିଜ କ୍ଲବର ସଭାନେତ୍ରୀ ପି.ଗିରିଜା ସୁନ୍ଦରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବନ୍ଦର ସାଂସ୍କୃତିକ ସଂଗଠନ ଅଧ୍ୟକ୍ଷ ଡି.ଏନ.ସୋନ୍ଧୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଡା. ଡି.ପି.ସେଠୀ ସହଯୋଗ କରିଥିଲେ ଏବଂ ଯୁଗ୍ମ ସମ୍ପାଦକ ରଞ୍ଜନ ରଶ୍ମି ବେଉରା ଅତିଥି ପରିଚୟ ପ୍ରଦାନ କରିଥିଲେ l ସମସ୍ତ ବୃହତ ବନ୍ଦରର ଅଂଶଗ୍ରହଣକାରୀମାନେ ଶାସ୍ତ୍ରୀୟ ଭୋକାଲ୍, ଲାଇଟ ଭୋକାଲ୍, ଇନଷ୍ଟ୍ରୁମେଣ୍ଟାଲ୍, ଡ୍ୟାନ୍ସ ଏବଂ ଡ୍ରାମା ଇତ୍ୟାଦି  ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି l ଆଜି ଉଦଘାଟନୀ ସନ୍ଧ୍ୟାରେ ବିଶାଖାପାଟନମ୍ ବନ୍ଦର ପ୍ରାଧିକରଣ ଏବଂ କାଣ୍ଡଲାର ଦୀନଦୟାଲ ବନ୍ଦର ପ୍ରାଧିକରଣର କଳାକାରମାନେ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

Comments (0)
Add Comment