ପାରାଦୀପ : ପାରାଦୀପ ସାଂସ୍କୃତିକ ତଥା ନାଟକ ପରମ୍ପରାକୁ ଉଦ୍ଜୀବିତ କରି ରଖିବା ଏବଂ ପ୍ରୋତ୍ସାହନ ପାଇଁ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ପରିସରରେ ଏକ ଆନ୍ତଃ ବିଭାଗୀୟ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଛି l ଏହି ମହୋତ୍ସବ ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧0 ତାରିଖରେ ଉଦଯାପିତ ହେବ l ତେବେ ଏହି ୯ ଦିନ ବ୍ୟାପି ମହୋତ୍ସବରେ ବନ୍ଦରର ବିଭିନ୍ନ ବିଭାଗ ସମେତ ବନ୍ଦର ବ୍ୟବହାରକାରୀ ସଂସ୍ଥା ଓ ପୌରପାଳିକାର କର୍ମଚାରୀଙ୍କ ଦ୍ୱାରା ଉଚ୍ଚ ମାନର ନାଟକ ମାନ ପରିବେଷଣ ହେଉଛି l ସେହିପରି ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବନ୍ଦର ଅର୍ଥ ବିଭାଗର କର୍ମଚାରୀମାନେ ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧୀ ତତ୍ୱାବଧାନରେ ନାଟକ ‘ଅଫିସ ଅଫିସ’ ପରିବେଷଣ କରିଥିଲେ l ନିରଞ୍ଜନ ଗାନଙ୍କ ଦ୍ୱାରା ନିର୍ଦ୍ଧେଷିତ ଏବଂ ସଂଜିତ ସାନୁ ସଂଗୀତ ନିର୍ଦ୍ଦେଶନାରେ ଅର୍ଥ ବିଭାଗର କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ଏହି ନାଟକ ସାଧାରଣରେ ବେଶ ଆଦୃତ ଓ ହୃଦୟସ୍ପର୍ଶି ହୋଇଥିଲା l ତେବେ ଏହି ନାଟକ ମହୋତ୍ସବରେ ଦୈନିକ ସନ୍ଧ୍ୟାରେ ବନ୍ଦର ଅନ୍ତେବାସୀ ଓ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି l ସୂଚନାଥାଉକି ଏହି ମହୋତ୍ସବ ପାରାଦୀପ ବନ୍ଦର ପ୍ରାଧିକରଣ ଓ ଜଗନ୍ନାଥ ଲଳିତ କଳା ସଂସଦ ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି l