ପାରାଦୀପ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ୱଚ୍ଛତା ହିଁ ସେବା’ ଆହ୍ୱାନ ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ସମେତ ପାରାଦୀପ ପୌରପାଳିକା, ପାରାଦୀପ ସାକ୍ଷରତା ସମିତି, ସ୍ଥାନୀୟ ସ୍କୁଲ ମାନଙ୍କର ଛାତ୍ରଛାତ୍ରୀ ଓ ବନ୍ଦର ଅନ୍ତେବାସୀ ମାନଙ୍କ ମିଳିତ ସହଯୋଗରେ ଏକ ଘଣ୍ଟା ଶ୍ରମ ଦାନରେ ବ୍ୟାଙ୍କ ଷ୍ଟ୍ରିଟ ଏବଂ ମାଉସି ମା ମନ୍ଦିର ନିକଟସ୍ଥ ବଟ ନଦୀର ଉଭୟ ପାର୍ଶ୍ୱରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ବନ୍ଦରର ଉଚ୍ଚ ପଦସ୍ତ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏକ ସ୍ୱଚ୍ଛତା ରଥ କୁ ପତାକା ଦେଖାଇ ଉଦଘାଟନ କରିଥିଲେ l ସେହିପରି ବନ୍ଦର ସିଆଇଏସଏଫ ୟୁନିଟ ପକ୍ଷରୁ ସମୁଦ୍ର ବେଳାଭୂମିରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l