ପାରାଦୀପ ମହାବିଦ୍ୟାଳୟରେ ଯୋଗ ଶିବିର

ପାରାଦୀପ : ଓଡିଶା ସରକାରଙ୍କ ‘ମୋ ଓଡିଶା ଯୁବ ଓଡିଶା’ ଦ୍ୱାରା ପ୍ରାୟୋଜିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପାରାଦୀପ ମହାବିଦ୍ୟାଳୟ ଦ୍ୱାରା  ଏକ ଯୋଗ ଶିବିର କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି l ପାରାଦୀପ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ l ଏହି ଅବସରରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ସସ୍ମିତା ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଆର୍ଟ ଅଫ ଲିଭିଙ୍ଗ ଅନୁଷ୍ଠାନର ଯୋଗ ଗୁରୁ ତାପସ ରଞ୍ଜନ ପତି ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରି ଯୋଗର ମହତ ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରି ସମସ୍ତଙ୍କୁ ଦୈନିକ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଏହି ଶିବିରକୁ ପରିଚାଳନା କରିଥିବା ବେଳେ, ଇଂରାଜୀ ଅଧ୍ୟାପକ ଗଣେଶ୍ୱର ପାତ୍ର, ଅର୍ଥନୀତି ବିଭାଗ ଅଧ୍ୟାପକ ସୁଜିତ କୁମାର ଭୋଇ, ପାର୍ବତୀ ଦେବୀ ଦାସ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଂଗ୍ରାମ କେଶରୀ ପରିଡା ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l

Comments (0)
Add Comment