ପାର୍କ ଉଦ୍ଘାଟନୀ ବେଳେ ଫୁଟିଲା ଲକ୍ଷାଧିକ ଟଙ୍କାର ବାଣ


ବ୍ରହ୍ମପୁର: ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ପରିତ୍ୟକ୍ତ ଅବସ୍ଥାରେ ସହରର ମଧ୍ୟ ଭାଗରେ ରହିଥିବା ଜଳାଶୟର ପୁନରୁଦ୍ଧାର କରି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନର ଶୁଭାରମ୍ବ କରାଯାଇଛି । ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଶୁଭାରମ୍ବ ଦିନ ଠାରୁ ହିଁ ଏଠାରେ ଦେଖାଦେଇଛି ବ୍ୟତିକ୍ରମ । ଉକ୍ତ ପାର୍କର ଉଦ୍ଘାଟନ ଏକ ନିର୍ଦ୍ଧିଷ୍ଠ ଦଳର କାର୍ଯ୍ୟକ୍ରମ ଭଳି ମନେ ହେଉଥିଲା । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ମାଣ ହୋଇଥିବା ଏହି ପାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କୋନଫରେନ୍ସି ଜରିଆରେ ଉଦ୍ଘାଟନ କରିଥିଲେ । ସେହି ସମୟରେ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନୀକ ଅଧିକାରୀ, ମନ୍ତ୍ରୀ,ସ୍ଥାନୀୟ ବିଧାୟକ,ସାଂସଦ ଓ ବିଜୁ ଜନତା ଦଳର ନେତା କର୍ମୀଙ୍କ ଭିଡ ଜମିଥିଲା । ସମ୍ପୁର୍ଣ୍ଣ ଭାବେ ଏହା ବିଜୁ ଜନତା ଦଳର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭଳି ମନେ ହେଉଥିଲା । ସହରର କୌଣସି ବୁଦ୍ଧିଯିବୀ,ପରିବେଶ ବୀତ ,ଅନ୍ୟ ରାଜନୈତିକ ଦଳ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ନିମନ୍ତ୍ରୀତ କରାନଯିବା ବିଷୟ ଏବେ ସହରରେ ଚର୍ଚ୍ଚା ହେଉଥିବା ବେଳେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ଏଥିସହ ହିନ୍ଦୁ ଧର୍ମର ଏକ ପ୍ରମୁଖ ଉସôବ ଭାବେ ଦିପାବଳୀକୁ ଲୋକେ ପାଳନ କରି ବାଣ ଫୁଟାଇବାର ପରମ୍ପରା ରହିଆସିଅଛି । କିନ୍ତୁ କରୋନା କଟକଣା ଯୋଗୁଁ ଗାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୀନ ଦିପାବଳୀ ପାଳନ ନେଇ ଜନସାଧାରଣଙ୍କୁ ନିବେଦନ କରାଯାଇଥିବା ବେଳେ ବାଣ ବ୍ୟବସାୟୀଙ୍କୁ ମଧ୍ୟ ନିରାଶ କରାଯାଇଥିଲା । ଯାହାଫଳରେ ପରମ୍ପରାରୁ ବଂଚିତ ହୋଇଥିଲେ ସହରବାସୀ । କିନ୍ତୁ ବର୍ତମାନ ମଧ୍ୟ କରୋନାର ଟ୍ରେଣ୍ଡ ଚାଲିଥିବା ବେଳେ ରାମଲିଙ୍ଗମ ପୋଖରୀ ସୌନ୍ଦଯ୍ୟକରଣ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କାର ବାଣ ଫୁଟିଲା ଓ ବାଣ କୋଉଠୁ ଆସିଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ପ୍ରକାଶ ଥାଉକି ଆଜି ପର୍ଯ୍ୟନ୍ତ ବାଣ ଦୋକାନ ଗୁଡିକ ବନ୍ଦ ଥିବା ଯୋଗୁଁ ସାଧାରଣ ଲୋକେ ବିବାହ ବ୍ରତ ଭଳି ଶୁଭ କାର୍ଯ୍ୟରେ ବାଣ କିଣିବାରୁ ବଂଚିତ ହୋଇଛନ୍ତି । ତେବେ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନହିଁ । ଯାହା ଏହି ଉଦ୍ଘାଟନୀ କାର୍ଯକ୍ରମରୁ ସ୍ୱÂ ଜଣାପଡିଛି ।
ସର୍ବ ସଧାରଣଙ୍କ ନିମନ୍ତେ ପାର୍କ ଭିତରକୁ ପ୍ରବେଶ ଉପରେ ୨୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବିଷୟ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିବା ବେଳେ ଏହା ବ୍ରହ୍ମପୁର ବାସୀଙ୍କୁ ବ୍ୟତିତ କରିଛି । ଅନ୍ୟପଟେ ସର୍ବସାଧାରଣଙ୍କ ଲାଗି ପାର୍କ ପାଶ୍ୱର୍ରେ ଗାଡି ପାର୍କିଂ ବ୍ୟବସ୍ଥା ରହିଛି । ଉକ୍ତ ପାର୍କିଂରୁ ମାସିକ ଲକ୍ଷାଧିକ ଟଙ୍କା ପାର୍କିଂ ଫି ଆଦାୟ କରିବା ପାଇଁ ମସୁଧା ଚାଲିଥିବା ବେଳେ ଯେଉଁଥିରେ କି ପାର୍କର ରକ୍ଷଣାବେକ୍ଷଣ ଖର୍ଚ୍ଚ ତୁଲାଯାଇପାରିବ । ଏଣୁକରି ଭାରତୀୟ ଜନତା ପାର୍ଟି ଦାବି କରୁଛି କି ଯେ ସର୍ବସାଧାରଣଙ୍କ ଉପରେ ପାର୍କ ଭିତରକୁ ପ୍ରବେଶ ଉପରେ କୌଣସି ଶୁଳ୍କ ଲଗାନଯାଉ । କାରଣ ପାର୍କ ଭିତରେ ସମୟକୁ ଅତିବାହିତ କଲାଭଳି କିଛି ଆଖି ଦୃଷ୍ଟିଆ ସୌନ୍ଦର୍ଯ୍ୟକରଣର ବ୍ୟବସ୍ଥା ନାହିଁ । ତେଣୁ ଜନସାଧାରଣଙ୍କୁ ପାର୍କ ପରିସର ଭ୍ରମଣ ପାଇଁ ସମ୍ପୁର୍ଣ୍ଣ ଦେୟ ମୁକ୍ତ କରାଯାଉ ।

Comments (0)
Add Comment