ପିପିଲିରେ ୫୧କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପିପିଲିରେ ‘କରୋନା’ ସଂକ୍ରମଣ ବଢୁଛି । ପିପିଲିରେ ଗତ ଦସ୍ୱବଦିନ ମଧ୍ୟରେ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି । ସେମାନଙ୍କୁ କୋଭିଡ କେୟାର କେନ୍ଦ୍ରକୁ ନିଆଯାଇଛି । ପିପିଲିରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୫୧ରେ ପହଂଚିଛି । ସ୍ୱାସ୍ତ୍ୟ ବିଭାଗ ସୂଚନା ଅନୁସାରେ ପିପିଲି ପୌରାଂଚଳର ଜଣେ ୨୩ ବର୍ଷିୟା ଗର୍ଭବତୀ ମହିଳା କରୋନା ସଂକ୍ରମିତ ହୋଇଛନ୍ତି । ଉକ୍ତ ମହିଳା ଜଣକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଭୁବନେଶ୍ୱରସ୍ଥ ଏକ ହସ୍ପିଟାଲକୁ ଯାଇଥିଲେ । ସେଠାରେ କୋଭିଡ଼ ଟେଷ୍ଟ ପରେ ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ଉକ୍ତ ଗର୍ଭବତୀ ମହିଳାଙ୍କୁ ପୁରୀସ୍ଥିତ କୋଭିଡ଼ କେୟାର ହସ୍ପିଟାଲକୁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାଯାଇଛି । ସେହିପରି ଏହି ବ୍ଲକ କୁଳଶିଖରପାଟଣା ଅଂଚଳର ଜଣେ ୩୬ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଜ୍ୱର, କାଶ ସହ ଶାରୀରିକ ଅସୁସ୍ଥତା ଦେଖାଦେବାରୁ ସେ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥ ଏକ ହସ୍ପିଟାଲକୁ ଯାଇଥିଲେ । ସେଠାରେ କୋଭିଡ଼ ପରୀକ୍ଷା ପରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ତାଙ୍କୁ ନିମାପଡ଼ାସ୍ଥିତ କୋଭିଡ଼ କେୟାର ସେଂଟକୁ ପଠାଯାଇଛି । ଅନ୍ୟଜଣେ ହେଉଛନ୍ତି ପିପିଲି ସଁପୁର ଗୋକନ ଅଂଚଳର ଜଣେ ୨୬ବର୍ଷିୟ ଯୁବକ । କିଡ଼ନି ଜନିତ ରୋଗରେ ପିଡ଼ିତ ଥିବାରୁ ସେ କଟକର ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । କୋଭିଡ଼ ପରୀକ୍ଷା ପରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଛି । ସେ ସେଠାର ଏକ କୋଭିଡ଼ କେୟାର ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ଆକ୍ରାନ୍ତଙ୍କ ଅଂଚଳ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଚଂଳ ଘୋଷଣା କରାଯିବା ସହ ଆକ୍ରାନ୍ତଙ୍କ ସଂଷ୍ପର୍ଷରେ ଆସିଥିବା ବ୍ୟକ୍ତି ମାନଙ୍କର କୋଭିଡ଼ ଟେଷ୍ଟ କରାଯିବ ବୋଲି ପିପିଲି ବ୍ଲକ ପ୍ରୋଗ୍ରାମ ସ୍ୱାସ୍ଥ୍ୟ ଅଧିକାରୀ(ବିପିଏଚଓ) ଡାକ୍ତର ବିନୟ କୁମାର ପଣ୍ଡା କହିଛନ୍ତି । ପମସରା ଗ୍ରାମପଂଚାୟତର କାଇରୀ ଠାରେ ଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି) କ୍ୱାରେଂଟାଇନରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ରାଜ୍ୟ ବାହାରୁ ଆସିଥିଲେ । ସରସ୍ୱତୀପୁର ପଂଚାୟତର ୨୪ବର୍ଷିୟ ଯୁବକ, ସେ ମହାରାଷ୍ଟ୍ରର ରାୟଗଡରୁ ଫେରିଥିଲେ । ଏହି ଯୁବକ ଜଣକ ନିଜର ସଙ୍ଗରୋଧ ଅବଧି ୧୪ଦିନ ଶେଷ କରି ନିଜ ଗ୍ରାମକୁ ଫେରିଯାଇଥିଲେ । ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ପୁଣି ଅଣାଯାଇ କୋଭିଡ଼ କେୟାର ପଠାଯାଇଛି । ଲକ୍ଷ୍ମୀନାରାୟଣପୁର ପଂଚାୟତର ଜଣେ ୨୭ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରି ଏହି କ୍ୱାରେଂଟାଇନ ରେ ରହୁଛନ୍ତି । ତୃତୀୟ ଜଣକ ଯଶୁଆପୁର ପଂଚାୟତ ଅଂଚଳର ଜଣେ ୨୩ବର୍ଷିୟ ଯୁବକ, ସେ ମୁମ୍ବାଇରୁ ଫେରିଥିଲେ । ଚତୁର୍ଥ ଆକ୍ରାନ୍ତ ପମସରା ପଂଚାୟତ ଅଂଚଳର ଜଣେ ୫୩ ବର୍ଷ ବୟସ୍କ ପୁରୁଷ, ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏମାନଙ୍କର ଗତ ୨ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଯାଇଥିଲା ଓ ଆଜି ପଜିଟିଭ ରିପୋର୍ଟ ଆସିଛି । ଅନ୍ୟ ଗୋଟିଏ ଲୋକାଲ କେସ୍ ରହିଛି । ପମସରା ପଂଚାୟତର କୌଶଲ୍ୟାପୁର ଅଂଚଳର ୪୮ବର୍ଷ ଯୁବକ ଭୁବନେଶ୍ୱରରେ ଏକ ସଂସ୍ଥାରେ ସିକୁ୍ୟରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବାବେଳେ ଅସୁସ୍ଥତା ହେତୁ ଏକ ଘରୋଇ ହସପିଟାଲ ଯାଇଥିଲେ । ସେଠାରେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିଛି । ଏହି ସିକୁ୍ୟରିଟି ଗାର୍ଡଙ୍କର ମଧ୍ୟ କଂଟାକ୍ଟ ଟ୍ରେସିଂ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

Comments (0)
Add Comment