ପୁଅ ହତ୍ୟା କଲା ମାଆକୁ

ପୁଲବାଣୀ: ଦିନକରେ କନ୍ଧମାଳରେ ଘଟିଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ସାରଙ୍ଗଗଡ଼ର ପୂର୍ବତନ ସରପଂଚ ବ୍ରଜ ବିଶୋଇଙ୍କୁ ଗତକାଲି ସନ୍ଧ୍ୟାରେ ଜମିରେ ପାଣି ମଡ଼ାକୁ ନେଇ ପଡେ଼ାଶୀ ସମ୍ପର୍କୀୟ ଭାଇ ଡେପୁଟି ବିଶୋଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ରାତି ୮ଟାରେ ପୁଣି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଫୁଲବାଣୀ ସଦର ଥାନା ଇଲାକରେ । ବେହେରାପଦର ଗାଁରେ ଏ ଘଟଣା ସକାଳେ ପଦାକୁ ଆସିଲା । ନୃଶଂସ ପୁଅ ଗୋଡ଼ାଇ ଛୁଆ ମାଡ଼ି କରିବାକୁ ଜନ୍ମଦାତ୍ରୀ ମା’ର ମୃତ୍ୟୁ ହୋଇଛି । ବାପା, ଭଉଣୀ, ଭଣଜା ଓ ପୁତୁରା ମଧ୍ୟ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଅ ଭାଗୀରଥି ସେଠୀ (୨୫)ର ଛୁରାମାଡ଼ରେ ମା ଉର୍ମିଳା ହେହେରାଙ୍କର ମୃତ୍ୟୁ ହୋଇଛି । ମାଝିପଦରରେ ଭାଗୀରଥିର ଘର । ତାପାଖରେ ବାପା ରହୁଥିବା ବେଳେ ବେହେରା ପଦରରେ ଭାଗୀରଥିର ଘର ତା ପାଖରେ ବାପା ରହୁଥିବା ବେଳେ ବେହେରା ପଦରରେ ଭଉଣୀ ପାଖରେ ମା ରହୁଥିଲେ । ଭଉଣୀ ବୃନ୍ଦାବତୀଙ୍କ ନଶନ୍ଦଙ୍କ ପୁଅ ଭାଗୀରଥିଙ୍କ ଲୁନା ଗାଡ଼ିକୁ ନେଇଥିଲା । ଗାଡ଼ି ଟିକେ ଖରାପ ହେବାରୁ ଭାଗୀରଥି ସକାଡ଼ି ଦେବାକୁ କହିଥିଲା । ତାପରେ ତାପରେ ଭଉଣୀ ୨ ହଜାର ଟଙ୍କା ଦେଇ ଗାଡ଼ି ସଜାଡି ଦେବାକୁ କହିଥିଲା । ହେଲେ ନୂଆଗାଡି କିଣିକି ଦେବାକୁ ଭଉଣୀକୁ ଭାଗୀରଥି କହିଥିଲା । ଏହାକୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଗତକାଲି ସକାଳେ ଝଗଡ଼ା ହୋଇଥିଲା । ଭଉଣୀ ସେଠାରୁ ପଳାଇ ଯାଇଥିଲା । ଏହା ପରେ ଗତକାଲି ରାତି ୮ଟାରେ ଭାଗୀରଥି ହଠାତ୍ ଛୁରି ଧରି ଭଉଣୀ ଘରେ ପହଂଚିଥିଲେ । ଭଉଣୀଙ୍କ ନଣନ୍ଦର ପୁଅ ପୁତୁରାକୁ ଆକ୍ରମଣ କରିବାକୁ ଯିବା ସମୟରେ ସମସ୍ତ ଛଡ଼ାଛଡ଼ି କରିଥିଲେ । ହେଲେ ମଦ୍ୟପାଳ କରି ହିତାହିତ ଜ୍ଞାନ ଭୁଳି ଯାଇଥିଲା । ଭାଗୀରଥି ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରା ମାଡ଼ କଲା । ଏମିତିକି ମା’ ଓ ବାପାଙ୍କୁ ବି ଛାଡ଼ି ନଥିଲା । ଛୁରା ମାଡ଼ରେ ମାଉର୍ମିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଖବର ପାଇ ବାପା ସେଠାରେ ପହଂଚିବାରୁ ତାଙ୍କୁ ବି ଛୁରା ମାଡ଼ କରିଥିଲା । ଏଭଳି ନୃଶଂସ କାଣ୍ଡ ଘଟାଇବା ପରେ ସେ ଜଙ୍ଗଲ ଆଡେ଼ ପଳାଇଥିଲା । ଗୁରୁତ୍ୱର ସମସ୍ତଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

Comments (0)
Add Comment