ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରଭାହ ସାଙ୍ଗକୁ ରୌଦ୍ରତାପ ବଢିବାରେ ଲାଗିଛି । ଆଗକୁ ଆହୁରି ଅଧିକ ବଢିବ ବୋଲି ସ୍ତାନୀୟ ପାଣିପାଗ କାର୍ଯ୍ୟାଳୟ ପୂର୍ବାହ୍ନମାନ କରିଛି । କାଳବୈଶାଖୀ ପ୍ରଭାବ ସତ୍ୱେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର, ବାରିପଦା, କଟକ, ନୟାଗଡ, ବୌଦ୍ଧ, ଅନୁଗୋଳ ଏବଂ ମାଲକାନଗିରିରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ଭୁବନେଶ୍ୱର ଏବଂ ବାରିପଦାରେ ୪୦ ଡିଗ୍ରୀ ଲେଖାଁଏ ରେକର୍ଡ କରାଯାଇଛି । ଉଭୟ ସହର ରାଜ୍ୟର ଉତପ୍ତ ପାଲଟିଛି । ୩୯ ଡିଗ୍ରୀ ଉପରେ ୫ ସହର ତାପମାତ୍ରା ଛୁଇଁଥିବା ବେଳେ ୩୮ ଡିଗ୍ରୀରେ ପହଞ୍ଚିଛି ୪ ସହରର ଦିନ ତାପମାତ୍ରା । ଗତକାଲି ୍ରଅପେକ୍ଷା ରବିବାର ପ୍ରାୟ ଅଞ୍ଚଳରେ ତାତି ବଢିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୫ ଦିନ ପର୍ଯର୍୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ରହିବ । ଅର୍ଥାତ୍ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢିବ । ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ୩ ଦିନ ପର୍ଯ୍ୟନ୍ତି କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହେବ ।
ଆଜି କୋରାହପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ମୟୁରଭଞ୍ଜ । ମଙ୍ଗଳବାର କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ବର୍ଷା ହୋଇପାରେ । ୨୪ ଘଂଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୫ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶକ ଏଚ୍.ଆର୍ ବିଶ୍ୱାସ କହିଛନ୍ତି, ଉପକୂଳ ଓଡିଶାର କିଛି ସ୍ଥାନରେ ଦିନ ତାପମାତ୍ରା ବଢିପାରେ, ଭୁବନେଶ୍ୱରରେ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ମଧ୍ୟରେ ରହିବ । କାଳବୈଶାଖୀ ପ୍ରଭାବରେ ପ୍ରାୟ ସ୍ଥାନରେ ଅଧିକ ବର୍ଷାର ସମ୍ଭାବନା ନାହିଁ । ପୂର୍ବାନୁମାନ କରାଯାଇଥିବା ଜିଲ୍ଲା ମଧ୍ୟରୁ କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇପାରେ ।