ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ ପୁରଷୋତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ । ପୁରୀରୁ ଛାଡିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ । ଦିଲ୍ଲୀରୁ ଛାଡିବାକୁ ଥିବା ପୁରୁଷୋତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତି ହୋଇଛି । ଯାତ୍ରୀମାନେ ନିଜ ନିଜ ଖାଦ୍ୟ ବ୍ୟବସ୍ଥା କରି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି । ନିଜ ଖାଦ୍ୟ ବ୍ୟବସ୍ଥା କରିବାକୁ ଇଷ୍ଟକୋଷ୍ଟ ରେଳୱେ ସୂଚନା ଦିଆଯାଇଛି । କରୋନା ମହାମାରୀ ଭାରତରେ ଉଗ୍ର ରୂପରେ ମାଡି ଚାଲିଛି । ଏହି ସମୟରେ ପ୍ରବାସୀଙ୍କୁ ଆଣିବାରେ ଭାରତୀୟ ରେଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରବାସୀଙ୍କ ପାଇଁ ଭାରତୀୟ ରେଳ ଚଲାଇଥିଲା ପ୍ରବାସୀ ଟ୍ରେନ୍ । ଏହା ମାଧ୍ୟମରେ ବହୁ ପ୍ରବାସୀ ଘରକୁ ଫେରିପାରିଥିଲେ । କରୋନାର କୋପ କମିବା ପରେ ପୁଣି ଥରେ ପ୍ରବାସୀ କାର୍ଯ୍ୟସ୍ଥଳକୁ ଫେରିଥିଲେ । ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାରୁ ଲକ୍ଡାଉନ୍ ଓ ଶଟ୍ଡାଉନ୍ ପାଇଁ ପ୍ରବାସୀମାନେ ଘରକୁ ଫେରିଛନ୍ତି । ପୁରଷୋତମ ଏକ୍ସପ୍ରେସରେ ଘରକୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ୟାଟରିଂ ବନ୍ଦ କରାଯାଇଛି । ଯାତ୍ରୀମାନେ ଘରୁ ଖାଦ୍ୟ ଆଣିବାକୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୩୨୩୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୩୬୩୦୭ରେ ପହଂଚିଛି । ସେହିପରି ଦେଶରେ ଆରୋଗ୍ୟ ହାର ୮୨.୫୪ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତ୍ତତଥ୍ୟ ଅନୁସାରେ ଗତ ୨୪ ଘଂଟା ଭିତରେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧୯୭୮୯୪ରେ ପହଂଚିଛି । ଦେଶର ରାଜଧାନୀ ଦିଲ୍ଳୀ, ମହାରାଷ୍ଟ୍ର, ଛତିଶଗଡ, କେରଳ ଓ କର୍ଣ୍ଣାଟକ ପରି ରାଜ୍ୟର ସ୍ଥିତି ସଙ୍ଗୀନ ରହିଛି ।