ପୁରୀ: ପୁରୀ ସହରରେ ହାଇ ସାଉଣ୍ଡ ଡିଜେ ବାଜିବା ଉପରେ ଜିଲ୍ଲା ପୋଲିସ୍ କଡ଼ା କଟକଣା ଜାରି କରିଛି । କୈାଣସି ପରିସ୍ଥିତିରେ ସହରରେ ଡିଜେ ସେଟ୍ ବାଜି ପାରିବ ନାହିଁ । ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିଦେ୍ର୍ଧଶ ଓ ଗାଇଡ଼୍ ଲାଇନ୍ ଆଧାରରେ ଏହି ନିଦେ୍ର୍ଧଶନାମା ଜାରି କରାଯାଇଛି । ନିୟମ ଉଲ୍ଲଘଂନ କରି ଡିଜେ ବଜାଇଲେ ଉଲ୍ଲଘଂନକାରୀଙ୍କ ବିରୋଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ସୂଚନା ଦେଇଛନ୍ତି ସିଟି ଡିଏସ୍ପି କ୍ଷୀର ସାଗର ନାୟକ । ସୂଚନା ଯୋଗ୍ୟଯେ ହାଇ ସାଉଣ୍ଡ ଡିଜେ ବାଜିବା ନେଇ କେତେକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଜିଲ୍ଲା ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ସିଟି ଡିଏସ୍ପି କ୍ଷୀର ସାଗର ନାୟକଙ୍କ ଅଧ୍ୟକ୍ଷତାରେ କୁମ୍ଭାରପଡ଼ା ଥାନାରେ ଡିଜେ ଓ ଲାଇଟ୍ ସିଷ୍ଟମ ସଂଘର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସୁପ୍ରିମ୍ କୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ ସହରରେ କୈାଣସି ଡିଜେ ସେଟ୍ ବାଜିବାକୁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତି ଗ୍ରହଣ କରଯାଇଛି । ବାହାରୁ ଆସୁଥିବା ଡିଜେ ସେଟ୍ ଗୁଡ଼ିକୁ ସହରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ସହରରେ ଡିଜେ ସେଟ୍ ଗୁଡ଼ିକ ଉପରେ ସମ୍ପୁର୍ଣ୍ଣ ରୁପେ ପ୍ରତିବନ୍ଧକ ଲଗାଯାଇଛି । ସରକାରୀ ପଦାଧିକାରୀଙ୍କ ବିନା ଅନୁମତିରେ ସହରରେ କୈାଣସି ମାଇକ୍ ଓ ସାଉଣ୍ଡ ସିଷ୍ଟମ ବାଜି ପାରିବ ନାହିଁ । ମାଇକ୍ ଓ ସାଉଣ୍ଡ ସିଷ୍ଟମ ବାଜିବାକୁ ହେଲେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆଇନ ଅନୁଯାୟୀ ଅନୁମତି ନେବାକୁ ପଡ଼ିବ । ମାଇକ୍ ଓ ସାଉଣ୍ଡ ସିଷ୍ଟମ ଭଡ଼ାରେ ଲଗାଉଥିବା ବ୍ୟବସାୟୀମାନେ ଆଇନ ଅନୁଯାୟୀ ଲାଇସେନ୍ସ ନେବାକୁ ପଡ଼ିବ । ୬୫ ଡେସିବୁଲ୍ ଅଧିକ ଲାଉଡ଼୍ ସ୍ପିକର କେହି ବଜାଇ ପାରିବ ନାହିଁ । ଅନୁମତି ନଥାଇ ଯଦି କୈାଣସି ବ୍ୟକ୍ତି ବିଶେଷ ପୋ୍ରସେସନ୍ରେ ସାଉଣ୍ଡ ସିଷ୍ଟମ ବ୍ୟବହାର କରିଥାନ୍ତି । ତେବେ ଆଇନ ଉଲ୍ଲଘଂନକାରୀଙ୍କ ବିରୋଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସ୍ପି ସିଟି କହିଛନ୍ତି । ବୈଠକରେ କୁମ୍ଭାରପଡ଼ା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କ ସମ୍ମେତ ସହରର ବିଭିନ୍ନ ଥାନାଧିକାରୀ ଉପସ୍ଥିତ ଥିଲେ ।