ପୁରୋହିତପୁରରେ କରୋନା

ବାଲିଅନ୍ତା: ସ୍ଥାନୀୟ ପୁରୋହିତପୁରରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ ବର୍ଷ ବୟସର ଏହି ଯୁବକ ଏବଂ ତାଙ୍କ ପରିବାରବର୍ଗ କ୍ୟାପିଟାଲ୍ ହସ୍ପିଟାଲ୍ରେ ସେମାନଙ୍କର ସ୍ୱାବ୍ ଟେଷ୍ଟ କରାଇବା ପରେ ଜଣେ ପଜିଟିଭ ବୋଲି ଜଣାପଡ଼ିଛି । ତାଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେଂଟରକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଗାଁକୁ ସିଲ୍ କରାଯାଇନଥିବା ଜଣାପଡ଼ିଛି । ସୂଚନାନୁସାରେ, ରାଜଧାନୀରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଏହି ଯୁବକ ଜଣକ ପ୍ରତିଦିନ ଭୁବନେଶ୍ୱରରୁ ଘରକୁ ଯା’ ଆସ କରନ୍ତି । ଗତ କିଛି ଦିନ ପୂର୍ବେ ତାଙ୍କର ଏକ ପୁଅ ଜନ୍ମ ନେଇଥିଲା ଓ ସେହି ଖୁସିରେ ସେ ଗାଁରେ ମିଠା ବାଂଟିଥିଲେ । ଏହା ପୂର୍ବରୁ ସେ ତାଙ୍କ ସାହିର ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେଇଥବଲେ । ତେଣୁ ସେ ବହୁ ଲୋକଙ୍କ ସହ ମିଳାମିଶା କରିଚନ୍ତି ବୋଲି ସ୍ପଷ୍ଟ ହୋଇଛି । ତାଙ୍କଠାରୁ ଅନ୍ୟ କେତେକଙ୍କୁ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ମାତ୍ର ପ୍ରଶାସନ ପକ୍ଷରୁ ଗ୍ରାମରେ କୌଣସି ସତର୍କତାମୂଳକ ପଦକ୍ଷପ ଗ୍ରହଣ କରାଯାଇନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।ପାଲିସ ତଦନ୍ତ

Comments (0)
Add Comment