ପୂଜ୍ୟପୂଜା ସଂସଦର ପକ୍ଷରୁ ବିଷ୍ଣୁ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା

ବାଲିକୁଦା; ବାଲିକୁଦା ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ ବିଷ୍ଣୁ ଦାସଙ୍କ ଉଦେଶ୍ୟରେ ସ୍ଥାନୀୟ ଏକ ଘରୋଇ ମଣ୍ଡପରେ ଗତକାଲି ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳୀ ଅନୂଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂସଦର ସଭାପତି କୈଳାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ ମୁଖ୍ୟ ବକ୍ତା ଭାବେ ବାଲିକୁଦାର ପୂର୍ବତନ ବିଧାୟକ ଜ୍ୟୋତିଷଚନ୍ଦ୍ର ଦାସ ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ସୁପ୍ରିମ କୋର୍ଟର ଆଇନଜୀବୀ ତଥା ଏଆଇସିସି ମାନାବାଧିକାର ଓଡିଶା ସଂଯୋଜକ ଡଃ ସୁଶାନ୍ତ କୁମାର କାନୁନ୍ଗୋ ଯୋଗଦେଇ ପ୍ରମୁଖ ଯୋଗଦେଇ ବିଷ୍ଣୂ ବାବୁଙ୍କ ରାଜନୈତିକ ପରିପନ୍ଥି ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ସା୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂସଦର ମୁଖପତ୍ର ‘ପୂଜାଫୁଲ’ର ସମ୍ପାଦକ ଡଃ ବିଷ୍ଣୁ ଚରଣ ସ୍ୱାଇଁ, ସଂସଦର ସମ୍ପାଦକ ଅରୁଣ କୁମାର ମହାନ୍ତିଙ୍କ ବିଜେପି ନେତା ଶିବବ୍ରତ ଦାସ, ଶିକ୍ଷକ ନେତା ନିରଞ୍ଜନ ପଣ୍ଡା, ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇ ବିଷ୍ଣୁ ଦାସଙ୍କ ଗୁଣକୀର୍ତନ କରିଥିଲେ । ପ୍ରଥମେ ଅତିଥି ମାନେ ବିଷ୍ଣୁ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ । ସଂସଦର ବରିଷ୍ଠ ସଦସ୍ୟ ସରୋଜକାନ୍ତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବସନ୍ତ ଜେନା ଧନ୍ୟବାଦ ଦେଇଥିଲେ । ଯୁଗ୍ମ ସମ୍ପାଦକ ବାବାନ ଚରଣ ସ୍ୱାଇଁ, ପ୍ରଫୁଲ ଷଡଙ୍ଗୀ ସହ ସମ୍ପାଦକ ପବିତ୍ର ମୋହନା ସାଉ, ସ୍ୱେତକୁମାର ସ୍ୱାଇଁ, ସୁଶ୍ରୀ ସ୍ମିତା ଦାସ, ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଷ୍ଣୁଦାସଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Comments (0)
Add Comment