ପୂର୍ବତଟ ରେଳପଥ କର୍ମଚାରୀମାନେ ସତର୍କତା ସଚେତନତା ସପ୍ତାହରେ ଶପଥ ନେଲେ

ଭୁବନେଶ୍ୱର : ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ହଟାଇବା ପାଇଁ ଆଜି ପୂର୍ବାହ୍ନରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ପୂର୍ବ ତଟ ରେଳପଥର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ସତର୍କତା ସଚେତନତା” ଶପଥ ଗ୍ରହଣ କରାଇଛନ୍ତି ରେଳବାଇର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ   | ଆଜି ଠାରୁ ଆରମ୍ଭ ହୋଇଥିବା ଅର୍ଥାତ 30 ଅକ୍ଟୋବର 2023 ଠାରୁ ଆରମ୍ଭ ହୋଇଥିବା ଭିଜିଲାନ୍ସ ସଚେତନତା ସପ୍ତାହ 05 ନଭେମ୍ବର 2023 ପର୍ଯ୍ୟନ୍ତ ଜାରି ରହିବ | ଏହି ସମୟ ମଧ୍ୟରେ ସାଧାରଣ ଜନତା ତଥା ରେଳ ବ୍ୟବହାରକାରୀଙ୍କୁ ସାଧାରଣ ଜୀବନରେ ସ୍ୱଚ୍ଛତା ଆଣିବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି | ସେମିନାରଗୁଡିକ ମଧ୍ୟ ଆୟୋଜନ କରାଯାଉଅଛି | ରେଳ କର୍ମଚାରୀ ତଥା ରେଳ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାନର, ପୋଷ୍ଟର ପ୍ରଦର୍ଶିତ ଏବଂ ଷ୍ଟ୍ରିଟ୍ ପ୍ଲେ, ଡ୍ରାମା ତଥା ନୁଁକ୍କଡ ନାଟକ ଗୁଡିକ ମଧ୍ୟ କରାଯାଇ ସଚେତନତା ସୃଷ୍ଟିକରାଯାଉଅଛି |ଶପଥ ଗ୍ରହଣ ସମାରୋହରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ମୁଖ୍ୟ ଅଧିକାରୀ ମାନଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ | ଶ୍ରୀ ସଞ୍ଜୟ ମହାପାତ୍ର, ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ଶପଥ ଗ୍ରହଣ ସମାରୋହକୁ ସଂଯୋଜନା କରିଥିଲେ  |

Comments (0)
Add Comment