ପୂର୍ବତନ ବିଧାୟକ ତୁଲାଇବେ ଜିଲ୍ଲା ବିଜେଡିର ଭାର

ମାଲକାନଗିରି : ବଦଳିଲେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି। ଏଥି ପୂର୍ବରୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ବିଜୁଜନତା ଦଳର ଜିଲ୍ଲା ସଭାପତି ପଦରେ କାର୍ଯ୍ୟ ସମ୍ପାଦନ କରୁଥିଲେ। ତେବେ ବର୍ତ୍ତମାନ ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡକାମୀ ଙ୍କୁ ଦଳୀୟ ସଙ୍ଗଠକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଶା ଭରସା କରି ଶ୍ରୀ ମାଡ଼କାମି ଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି କରିଛନ୍ତି। ଗତକାଲି ତାଙ୍କୁ ଏହି ପଦବୀ ମିଳିବା ପରେ ଆଜି ତାଙ୍କର ବାସଭବନରେ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ଫୁଲ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ପୂର୍ବରୁ ଶ୍ରୀ ମାଡ଼କାମି ବିଧାୟକ ଥିବା କାଳରେ ସେ ଜିଲ୍ଲା ସହିତ ଦଳର ବିଭିନ୍ନ ଦ୍ଵାୟିତ୍ବ ତୁଲାଇଥିଲେ। ଏହାକୁ ଆଖି ଆଗରେ ରଖି ଆଗକୁ ନିର୍ବାଚନ ରହିଛି, ତେଣୁ ଦଳ କିଭଳି ମଜବୁତ ରହିବ ଏବଂ ନିର୍ବାଚନ କୁ ବହୁମାତ୍ରା ରେ ହାତେଇବ ସେ ନେଇ ବିଜେଡି ସୁପ୍ରିମୋ ତାଙ୍କୁ ଚୟନ କରିଛନ୍ତି। ତେବେ ଏନେଇ ମାନସ ମାଡ଼କାମି ୱାର୍ଡ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସଙ୍ଗଠନକୁ  କିଭଳି ସୁଦୃଢ କରି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚେଇବ ବୋଲି, ମାଲକାନଗିରି ବିଜୁଜନତା ଦଳର ନୂତନ ଜିଲ୍ଲା ସଭାପତି ଶ୍ରୀ ମାନସ ମାଡକାମୀ ମତବ୍ୟକ୍ତ କରିଛନ୍ତି।

Comments (0)
Add Comment