ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରମଚନ୍ଦ୍ର ଖୁଂଟିଆଙ୍କ ଶୋକ


ଭୁବନେଶ୍ୱର- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅଖିଳ ଭାରତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଡକ୍ଟର ରାମଚନ୍ଦ୍ର ଖୁଂଟିଆ । ମୁଖାର୍ଜୀ ଏକାଧାରରେ ଥିଲେ ଜଣେ ବଶିଷ୍ଟ ରାଜନେତା, ଜାତୀୟ ସ୍ତରର ରାଜନେତା, କୁଟନିତିଜ୍ଞ, ଅର୍ଥନିତିଜ୍ଞ ଓ ଅନୁଭବି ନେତା ଥିଲେ । ଭାରତର ପୂର୍ବାଂଚଳରେ ଏକ ସର୍ବମାନ୍ୟ ନେତା ଭାବରେ ସମସ୍ତଙ୍କର ଅତିପ୍ରିୟ ଓ ଆଦରଣୀୟ ଥିଲେ । ସେ ଭାରତର ପ୍ରତିରକ୍ଷାମନ୍ତ୍ରୀ, ବିଦେଶ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭାବରେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଛନ୍ତି । ୧୯୯୧ ମସିହାରେ ମୁକ୍ତ ବଜାର ଅର୍ଥନୀତିି ଆସିବା ପରେ ଅର୍ଥନୀତିର ସମିକ୍ଷା ପାଇଁ କଂଗ୍ରେସ ତରଫରୁ କରାଯାଇଥିବା କମିଟିରେ ସେ ଅଧ୍ୟକ୍ଷ ଥିଲେ । ମୁଁ ଏବଂ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡିଶାରୁ ଏହି କମିଟିର ସଦସ୍ୟ ଥିଲୁ । ସେ ପଶ୍ଚିମ ବଙ୍ଗଳା କମିଟିର ସଭାପତି ଥିବାବେଳେ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଭାବରେ ତାଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ତାଙ୍କର ଯୋଗ୍ୟତା, ବିଚକ୍ଷଣ ବୃଦ୍ଧି ଓ ଅସମ୍ଭବ ସ୍ମରଣ ଶକ୍ତି ଓ କଂଗ୍ରେସ ଦଳ ଭିତରେ ବିଭିନ୍ନ ସମୟରେ ସଂକଟର ସମାଧାନ ଓ ବିରୋଧି ଦଳ ସହିତ ସଂପର୍କ ରଖି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ସେ ମୁଖ୍ୟ ସୂତ୍ରଧର ଥିଲେ । ତାଙ୍କ ବିୟୋଗରେ ଭାରତର ଏକ ଅପୂରଣୀୟ କ୍ଷତି ହେଲା । ଡକ୍ଟର ଖୁଂଟିଆ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ପୁତ୍ର ପୂର୍ବତନ ସାଂସଦ ଅଭିଜିତ ମୁଖାଜୀ ଓ କନ୍ୟା ସୁଷ୍ମୀତା ମୁଖାର୍ଜୀଙ୍କୁ ଚିଠି ଲେଖି ଶୋକ ପ୍ରକାଣ କରିଛନ୍ତି ।

Comments (0)
Add Comment