‘ପୂର୍ବୋଦୟ ଆଭିମୁଖ୍ୟ: ଆଞ୍ଚଳିକ ସଂଯୋଗୀକରଣର ଗୁରୁତ୍ୱ ସମ୍ପର୍କିତ ଆଲୋଚନା ଚକ୍ର’ ଉଦଯାପିତ

ଭୁବନେଶ୍ୱର : ‘ପୂର୍ବୋଦୟ ଆଭିମୁଖ୍ୟ- ଆଞ୍ଚଳିକ ସଂଯୋଗୀକରଣ ଉପରେ ଗୁରୁତ୍ୱ’ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଉତ୍ସାହ ଏବଂ ଉଦ୍ଧୀପନାର ସହ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମଟି ସମସ୍ତ ଦିଗରୁ ସୂଚନାପୂର୍ଣ୍ଣ ଥିଲା ଏବଂ ଭବିଷ୍ୟତରେ କିପରି ଭାରତକୁ ସମୃଦ୍ଧ କରିବ ଏବଂ ଏହାର ଅର୍ଥନୀତିକୁ ବଳିଷ୍ଠ କରି ଗଢି ତୋଳିବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ଦେଶର ବିଭିନ୍ନ କ୍ଷେତ୍ରରୁ ଅତିଥିମାନେ ଭାଗନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସାମୁଦ୍ରିକ ପରିବହନ, ବାଣିଜ୍ୟ-ବ୍ୟବସାୟ, ସୀମାପାର ସଂଯୋଗୀକରଣ, ଭାରତର ଉତ୍ତର-ପୂର୍ବ ଭାଗର ସାମାଜିକ, ସାଂସ୍କୃତିକ ମୂଲ୍ୟବୋଧ ବିନିମୟରେ ଭାରତର ବୈଦେଶିକ ନୀତିକୁ ସୁଦୃଢ କରିବାରେ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ବିଶେଷଜ୍ଞମାନେ ଭାରତର ବୈଦେଶିକ ନୀତି ଉପରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସମ୍ପର୍କର ବିସ୍ତୃତ ଅନୁସନ୍ଧାନକୁ ନିଶ୍ଚିତ କରିପାରିବ । ସର୍ବଦଳୀୟ ଅଧିବେଶନର ପ୍ରସ୍ତାବ ଏବଂ ଫଳାଫଳଗୁଡ଼ିକ ଏକ ସଂଗୃହୀତ ହୋଇ ପୁସ୍ତକ ଆକାରରେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ । ବାଣିଜ୍ୟ, ପରିବହନ ଏବଂ ଶକ୍ତି କରିଡର-ବର୍ହି ଦର୍ଶନରେ ପୂର୍ବୋଦୟକୁ ଦେଖିବା ଥିଲା ପୂର୍ବୋଦୟ ଅନ୍ତର୍ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନର ବିଷୟବସ୍ତୁ । ପାରମ୍ପରିକ ସୁରକ୍ଷା ବିପଦ ଏବଂ ଦକ୍ଷତା ବିକାଶ ଥିଲା ସମ୍ମିଳନୀର ଦ୍ୱିତୀୟ ସନ୍ଧ୍ୟାର ଦ୍ୱିତୀୟ ଅଧିବେଶନ । ପୂର୍ବୋଦୟ ଆଭିମୁଖ୍ୟ ସମ୍ମିଳନୀର ତୃତୀୟ ଅଧିବେଶନରେ ସାଂସ୍କୃତିକ ସଂଯୋଗୀକରଣ ଏବଂ ସାମୁଦ୍ରିକ ଐତିହ୍ୟ ଅନ୍ତର୍ଭୁକ୍ତ ଥିଲା । ଉଦଯାପନୀ ଦିବସର ଚତୁର୍ଥ ତଥା ଶେଷ ଅଧିବେଶନ ଆଲୋଚନାରେ ସଂଯୋଗୀକରଣର ପ୍ରମୁଖ ସଂଚାଳକ: ପ୍ରଯୁକ୍ତି, ଡିଜିଟାଲ ଇନୋଭେସନ, ଫାଇନାନ୍ସ ଏବଂ ସ୍କିଲିଂ ବିଷୟ ସାମିଲ କରାଯାଇଥିଲା ।

Comments (0)
Add Comment