ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ, ପୋଲିସ ତଦନ୍ତ ଜାରି

କାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ଥାନା ଅଧୀନ ମୋଟମଗୁଡା ନିକଟ ପାଲା ଗୁଡା ନିବାସୀ ସାବଲାମ ଦେବା ( ୬୨) ଙ୍କୁ ହତ୍ୟା କରାଯାଇ ତାଙ୍କ ଜମି କୁ ଯିବା ରାସ୍ତାରେ ଲାଡି ନିକଟରେ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଛି। ଏ ନେଇ ମୃତ ସାବଲାମ ଦେବାଙ୍କ ପୁଅ ସାବଲାମ ଈଶ୍ୱର ପଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଗତ କାଲି ଠାରୁ ହତ୍ୟା ହୋଇଥିବା ନେଇ ପରିବାର ବର୍ଗ ପ୍ରକାଶ କରିଥିବା ବେଳେ, ମୃତ ସାବଲାମ ଦେବା ଘରକୁ ନ ଆସିଥିବା ଯୋଗୁଁ ପରିବାର ବର୍ଗ ବହୁତ ଖୋଜା ଖୋଜି କରିଥିଲେ ତଥାପି କୌଣସି ସନ୍ଧାନ ମିଳି ନ ଥିଲା  । କିନ୍ତୁ ଆଜି ଭୋର ସକାଳେ ମୃତ ବ୍ୟକ୍ତିଙ୍କ ପୁତ୍ରବୋଧୁ  ଜଙ୍ଗଲକୁ କାଠ ଆଣିବାକୁ ଯାଇ ଜଙ୍ଗଲରେ ତାଙ୍କ ଜମିକୁ ଯିବା ରାସ୍ତାରେ ତାଙ୍କ ଶଶୁରଙ୍କ ମର ଶରୀର ପଡିଥିବା ଦେଖି ଆସି ପରିବାର ବର୍ଗଙ୍କୁ ଜଣାଇ ଥିଲେ । ତାପରେ ତାଙ୍କ ପୁଅ ଈଶ୍ୱର ଚନ୍ଦ୍ର ସାବଲାମ ପଡିଆ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ,ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ ଦଳ ଆସିଲେ ଶବ ଜବତ କରାଯିବ ଓ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମର ଶରୀର ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣା ଜଣାପଡିଛି।

Comments (0)
Add Comment