ପେଟ୍ରୋଲ ବଢ଼ିଲା ୩ଟଙ୍କା ୧୧ ପଇସା, ଡ଼ିଜେଲରେ ୧.୦୩ ପଇସା

ଭୁବନେଶ୍ବର: ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ବଢ଼ାଇଛନ୍ତି ଭାଟ୍ । ଫଳରେ ରାଜ୍ୟରେ ପେଟ୍ରୋଲ ୩.୧୧ ପଇସା ଡ଼ିଜେଲ ୧.୦୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ସର୍ବନିମ୍ନ ସ୍ଥିତିରେ ରହିଛି । ମାତ୍ର ଏହା ଦେଶ ତଥା ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ କିଛି ଫରକ ପଡ଼ିନାହିଁ । ପ୍ରଥମେ କେନ୍ଦ୍ର ସରକାର ଏହା ଉପରେ ସେସ୍ ଲଗାଇଥିଲେ । ଅବଶ୍ୟ ଏହା ଦ୍ବାରା ପେଟ୍ରୋଲ-ଡ଼ିଜେଲର ବିକ୍ରି ମୂଲ୍ୟରେ କିଛି ଫରକ ପଡ଼ି ନ ଥିଲା । ମାତ୍ର ଏବେ ରାଜ୍ୟର ଟିକସ ବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ ଉପରେ ଟିକସ ବୋଝ ପଡ଼ିଛି ।

Comments (0)
Add Comment