କଟକ- ଜଗତପୁର ଥାନା ପୁଲିସ ଜବତ କରିଥିବା ୩ଟି କମ୍ପାନୀର ନକଲି ସମଗ୍ରୀକୁ ମଙ୍ଗଳବାର ଦିନ ନଷ୍ଟ କରିଛି । ଅଦାଲତ ନିଦେ୍ର୍ଧଶରେ ଜବତ ନକଲି ସମାଗ୍ରୀ ନଷ୍ଟ କରାଯାଇଥିବା ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ସ୍ୱତତ ସସ୍ କମ୍ପାନୀ, ମନ୍ଦିର ମସଲା ଓ ସୁବାସ କମ୍ପାନୀରୁ ଜବତ ହୋଇଥିବା ପାଖାପାଖି ୫ଟନ୍ରୁ ଅଧିକ ନକଲି ସାମଗ୍ରୀକୁ ଶିଳ୍ପା ଳ ପରିସରେ ଥିବା ଏକ ପଡିଆରେ ଖାତକରାଯାଇ ପୁଲିସ ପକ୍ଷରୁ ପୋତାଯାଇଛି । ପାଖାପାଖି ୩ଟି ଟ୍ରାକ୍ଟର ବୋଝେଇ କରାଯାଇ ସସ୍, ମସଲା ଓ ଘିଅକୁ ଅଣାଯାଇ ସେଗୁଡିକୁ ନଷ୍ଟ କରାଗଲା । ନକଲି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର କହିଛନ୍ତି । ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ନମୁନା ପରୀକ୍ଷା ପରେ ଜବତ ସାମଗ୍ରୀ ଖାଦ୍ୟଉପଯୋଗୀ ହୋଇନଥିବା ଜଣାପଡିଥିଲା ବୋଲି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର, ଖାଦ୍ୟସୁରକ୍ଷା ଅଧିକାରୀ ପ୍ରତିକ୍ଷା ଦାସମହାପାତ୍ର, ଫୁଡଏସ୍ଆଇ ଭଗବାନ ଲେଙ୍କା ଉପସ୍ଥିତିରେ ନଷ୍ଟକରାଯାଇଥିଲା । ଜବତ ନକଲି ସମାଗ୍ରୀର ନମୁନା ରିପୋର୍ଟରେ ଏହା ମଣିଷ ଖାଦ୍ୟଉପଯୋଗୀ ନୁହେଁ, ଏହାକୁ ଖାଦ୍ୟଭାବେ ଗ୍ରହଣ କଲେ ମଣିଷର ସ୍ୱାସ୍ଥ୍ୟ କ୍ଷିତିକାର ହେବା ସହିତ ବିଭିନ୍ନ ପ୍ରକାର ରୋଗ ସୃଷ୍ଟିହେବାର ସମ୍ଭାବନା ରହିଛି ସ୍ୱାସ୍ଥଅଧିକାରୀ ସୂଚନା ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ, ୨୦୨୦ ସେପ୍ଟେମ୍ବର ୯ ତାରିଖରେ ଜଗତପୁର ଥାନା ପୁଲିସ ପକ୍ଷରୁ ଆଇବି ରୋଡର କୃଷ୍ଣଗୋପାଳ ମିଠା ଦୋକାନ ନିକଟରେ ଏକ ନକଲି ସସ୍ ତିଆରି କାରଖାନାକୁ ଠାବ କରାଯାଇଥିଲା । ଚଢଉ ସମୟରେ ଏକ ଲିଟର ବିଶିଷ୍ଟ ୬୦ ବୋତଲ ସ୍ୱାତୀ ଟମାଟୋ ସସ୍, ୭୫୦ ମିଲିଲିଟର ବିଶିଷ୍ଟ ୧୨୯ ବୋତଲ ନୁ୍ୟ ମିଲନ ଚିଲି ସସ୍, ୬୨୦ ଲିଟର ବିନା ଷ୍ଟିକର ବିଶିଷ୍ଟ ଟମାଟୋ ସସ୍, ୬୩୫ ବୋତଲ ବିନା ଷ୍ଟିକର ଚିଲି ସସ୍, ୭୫୩ ସ୍ୱାତୀ ଟମାଟୋ ସସ୍ ଷ୍ଟିକର, ୮୨୦ ନୁ୍ୟ ମିଲନ ଚିଲି ସସ୍ ଷ୍ଟିକର, ୧୫୯ ଫ୍ୟାମିଲି ଟମାଟୋ ସସ୍ ଷ୍ଟିକର, ୨୬୮ ଆର-୧ କ ିନେ ।ଲ ସସ୍ ଷ୍ଟିକର, ସସ୍ ତିଆରିରେ ଲାଗୁଥିବା ଗ୍ରାଇଣ୍ଡର, ଡ୍ରମ୍, ବାଲତି, କଂଚା ମାଲ, ଆଳୁ, କଖାରୁ, କର୍ଣ୍ଣଫ୍ଲୋର, କଳମ ଶାଗ, ରଙ୍ଗ ଜବତ କରାଯାଇ ଅଭିଯୁକ୍ତ ଚଗଲା ଓରଫ ଦିବ୍ୟରଂଜନ ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ସେହିପରି ନଭେମ୍ବର ୧୧ ତାରିଖରେ ଜଗନ୍ନାଥ ଇ ଷ୍ଟ୍ରିରେ ମନ୍ଦିର ମସଲା ନାମକ କମ୍ପାନୀ ଉପରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ମସଲା ଜବତ କରାଯାଇଥିଲା । ସେଥିରେ ପୁଲିସ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲେ । ଅନ୍ୟପକ୍ଷରେ ନଭେମ୍ବର ୩୦ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ଖଇରା ଅଂଚଳର ସୁବାସ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଶିଳ୍ପାଂଚଳ ଫେଜ-୧ର ନଈକୂଳ ନିକଟରେ ଥିବା ସୁବାସ କମ୍ପାନୀ ଉପରେ ପୁଲିସ ଚଢାଉ କରିଥିଲେ । ଚଢାଉ ସମୟରେ ଲାଇସେନ୍ସ ନଥିବା କମ୍ପାନୀ ବିଭିନ୍ନ ଖାଦ୍ୟପାଇଁ ପ୍ରସ୍ତୁତ ନକଲି ଆଚାର,ଘିଅ,ସସ୍କୁ ଜବତ କରିଥିଲା । ଜବତ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ତନଖି ପାଇଁ ପଠାଯାଇ ରିପୋର୍ଟ ଅଣାଯାଇଥିଲା । ରିପୋର୍ଟ ପରେ କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଗତ ୭ ତାରିଖରେ କିଛି ସମାଗ୍ରୀ ନଷ୍ଟ କରାଯାଇଥିବା ବେଳେ ମଙ୍ଗଳବାର ବାକିରହିଥିବା ନକଲି ଘିଅକୁ ନଷ୍ଟ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମେହେର ସୂଚନା ଦେଇଥିଲେ ।