ରାୟଗଡା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ପୋଲିସକୁ ମିଳିଛି ବଡ ସଫଳତାା ଗତ ଅଗଷ୍ଟ ମାସ ୧୬ ତାରିଖ ଦିନ ଜେକେପୁର ସ୍ଥିତ ଅମ୍ଲାଭଟା ଛକରେ ରହୁଥିବା ପ୍ରଶ୍ନ କୁମାର ପ୍ରଧାନଙ୍କ ଘରୁ ଚୋରି ହୋଇଥିଲାା ଘଟଣା ସଂପର୍କରେ ପ୍ରଶ୍ନ କୁମାର ଚାନ୍ଦିଲି ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ଏ ନେଇ ଚାନ୍ଦିଲି ପୋଲିସ ତରଫରୁ ତନାଘନା ଆରମ୍ଭ ହୋଇଥିଲା ।
ଆଜି ଚାନ୍ଦିଲି ପୋଲିସ ଘଟଣା ସଂପକ୍ତ ଥିବା ୨ ସୁନା ଚୋରକୁ ଗିରଫ କରିବା ସହ ଚୋରି ହୋଇଥିବା ୫ଟି ସୁନା କାନ ଫୁଲ, ଗୋଟିଏ ସୁନାହାର, ସୁନା ଚେନ ୨ଟି ଓ ରୂପାର କାନ ଫୁଲ ୩ ହଳ ଚାନ୍ଦିଲି ପୋଲିସ ଉଦ୍ଧାର କରିଛି । ଏଥି ସହ ଚୋର ମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକଲେ ମଧ୍ୟ ପୋଲିସ ଜବତ କରିଛି । ତେବେ ଚୋରି ଘଟଣା ସଂପକ୍ତ ଥିବା ୩ ଜଣଙ୍କ ମଧ୍ୟୁର ୨ ଜଣଙ୍କ୍ୁ ଚାନ୍ଦିଲି ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି ।
ସମସ୍ତଙ୍କ ଘର ରାୟଗଡା ସହରସ୍ଥିତ ବୁଦୁରାବାଲସା ବୋଲି ଜଣାପଡିଛିା ଫେରାର ଥିବା ଆଉ ଜଣେ ଚୋରକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ଡିଏସପି ଅନୁପ ଅଭିଷେକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତିା ଭାରପ୍ରାପ୍ତ ଥାନା ଅଧିକାରୀ ନିଳାମ୍ବର ଜାନୀ, ଏସ.ଆଇ ଜୋତ୍ସା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।