ପୋଲ ତଳକୁ କାର ଖ୍‌ସି ୩ ମୃତ

ବାଲେଶ୍ୱର: ବାଲେଶ୍ୱର ସହରର ବିର୍ଲା ଟାୟାର ନିକଟରେ ୧୬ନଂ ଜାତୀୟ ରାଜପଥରେ ଏକ କାର୍ ପୋଲ ତଳକୁ ଖସି ପଡିବା ଯୋଗୁଁ ୩ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସମସ୍ତ ମୃତାହତମାନେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳର ବାସିନ୍ଦା । ସେମାନେ ଏକ କାର୍‌ରେ ବାରିପାଦାରୁ ଭୁବନେଶ୍ୱର ଯାଉଥିଲା ବେଳେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ କାର୍‌ଟି ପୋଲ ତଳକୁ ଖସିପଡିଥିଲା । ଫଳରେ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟ ଘଟିଥିଲା । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ଅଭିଶେକ୍ ଦାସ (୨୬) ଓ ସୁନିଲ୍ ମହାନ୍ତି (୨୯)ଙ୍କୁ ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରୀ ରଖିଛି ।

Comments (0)
Add Comment