ପୋଲ ପାଇଁ ଗୁହାରୀ ଶୁଣିଲାନି ପ୍ରଶାସନ

ଶ୍ରମଦାନ ଓ ନିଜ ଖର୍ଚ୍ଚରେ କାଠପୋଲ ନିର୍ମାଣ କଲେ ବିନ୍ଦୁପଦର ଗାଁଲୋକେ

ବାଲିଗୁଡା : ଆଜି ଅବହେଳିତ ଗ୍ରମାବାସୀ । ଗ୍ରାମବାସୀ ପ୍ରଶାସନ ଓ ସରକାର ପାଖରେ ଗ୍ରାମ ପାଇଁ ରାସ୍ତା କିମ୍ବା ପୋଲଟିଏ କରିବାକୁ ବାରମ୍ବାର ଗୁହାରୀ ଓ ନେହୁରା ହେଲେପରେ ବି ଶୁଣୁନାହାନ୍ତି । ଗ୍ରାମବାସୀ ଆଉ କାହାକୁ ଗୁହାରୀ ନକହି ନିଜ ଚେଷ୍ଟା ଓ ନିଜ ଖର୍ଚ୍ଚ ସହ ଶ୍ରମଦାନ କରି ଏକ କାଠପୋଲ ତିଆରି କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି କାଠପୋଲ ତିଆରି ପାଇଁ ଦିନେକି ଦୁଇଦିନ ନୁହେଁ ପୁରା ତିନିମାସ ପରିଶ୍ରମ କରି ନିଜ ଗ୍ରାମର ବ୍ୟବହାର ପାଇଁ ନିର୍ମାଣ କରିଛନ୍ତି ଏକ କାଠପୋଲ,ଏହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ଅର୍ନ୍ତଗତ କ.ନୁଆଗାଁ ବ୍ଲକ ଆଡିମାହା ପଂଚାୟତର ବିନ୍ଦୁପଦର ଗ୍ରାମରେ । ଏହି ବିନ୍ଦୁସାଗର ଗ୍ରାମର ୩୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ଓ ଏହି ଗ୍ରାମର ଦୁଃଖ ଥିଲା ଗ୍ରାମ ନିକଟରେ ବୋହିଯାଇଥିବା ନାଳ । ଏହି ନାଳ ନିମନ୍ତେ ଗ୍ରାମବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି । ଏହି ନାଳଦେଇ ଗ୍ରାମବାସି ମାନେ ଯାତାୟତ କରୁଛନ୍ତି ଓ ଏହା ହେଉଛି ସେମାନଙ୍କର ମୁଖ୍ୟ ରାସ୍ତା । ଏହି ନାଳଦେଇ ଅନ୍ୟଦିନ ମାନଙ୍କରେ ଯେମିତିସେମିତି ଯାତାୟତ କରୁଥିଲେ କିନ୍ତୁ ବର୍ଷା ଦିନ ହୋଇଗଲେ ଏହି ନାଳରେ ପାଣି ଆସିଲେ ଯାତାୟତ ପୁରା ଅସୁବିଧା ହୁଏ ,ଏପରିକି ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ହୋଇରହୁଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାବକ ମାନେ ନିଜ କାନ୍ଧରେ,ମୁଣ୍ଡରେ ବସାଇ ନାଲ ପାରିକରୁଥିଲେ ଯାହାକି ସଂପୁର୍ଣ୍ଣ ବିପଦପୁର୍ଣ୍ଣ ଥିଲା ,ପିଡିଏସ ଚାଉଳ ହେଉକି ନିତିଦିନ ସାମଗ୍ରୀ ହେଉ ଏହିରାସ୍ତାଦେଇ ଯିବାକୁ ପଡୁଛି,ବର୍ଷା ଦିନରେ ମଧ୍ୟ କାନେ୍ଧଇ ନାଳ ପାରିକରନ୍ତି,ସାଇକେଲ ବି କାନେ୍ଧଇ ପାରିକରୁଥିଲେ,ଏହି ଦିନରେ ଯଦୀ କାହାର ଦେହ ଖରାପ ହୁଏ ତେବେ ସେମାନେ ଭଗବାନ ଭରସାରେ ଗାଁ ପଡିରହନ୍ତି ଓ ନାଳରେ ପାଣି ଖସିଲେ ଚିକିତ୍ସାଳୟକୁ ନିଆଯାଏ ।ଏହି ନାଳ ପାର ହେଲେ ପଂଚାୟତ ଆଡିମାହା,ବ୍ଲକ ନୁଆଗାଁ ଓ ବାଲିଗୁଡାକୁ ଆସୁଛନ୍ତି । ଏହି ନାଳ ଉପରେ ପୋଲ ଟିଏ ପାଇଁ ବାରମ୍ବାର ସରପଂଚ ଠାରୁ ଆରମ୍ଭ କରି ବିଡିଓ,ଉପଜିଲ୍ଲାପାଳ,ଜିଲ୍ଲାପାଳ,ବିଧାୟକ,ନେତା ମନ୍ତ୍ରୀ ସମସ୍ତଙ୍କୁ ଏହା ଉପରେ ଅଭିଯୋଗ କରିଥିଲେ ବି କେହି ଶୁଣିଲେନି । ପଂଚାୟତ ବୈଠକରେ ବାରମ୍ବାର କହିବା ପରେ ବି କିଛି ଫଳପ୍ରଦ ନହେବାରୁ । ଗ୍ରାମର ଯୁବକ ଡଗିସା ମଳିକ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଡାକି କହିଥିଲା ଏହି ନାଳ ଉପରେ ଆମେ ଏକ କାଠପୋଲଟିଏ କରିବା ,ଏଥି ନିମନ୍ତେ ଆମେ ସମସ୍ତେ ଶ୍ରମଦାନ କରିବା ଏବଁ ଦଶହଜାର ଟଙ୍କା ମୋ ପାଖରେ ରହିଛି ଏହି କାମରେ ଲଗାଇବା । ଏହାକୁ ନେଇ ଗ୍ରାମର କିଛିଲୋକ ରାଜିହୋଇନଥିଲେ କିନ୍ତୁ ପରେ ସମସ୍ତେ ଏକତ୍ରିତହୋଇ ନାଳ ଉପରେ କାମ ଆରମ୍ଭ କରିଥିଲେ । ଜଙ୍ଗଲରୁ କାଠ ଆଣି ପଟା ଓ ଗଣ୍ଡିକରି କାମ କରିଥିଲେ ଓ କାଠପୋଲ ନିର୍ମାଣ ପାଇଁ ସେମାନଙ୍କୁ ତିନିମାସ ସମୟ ଲାଗିଥିଲା । ବର୍ତମାନ କାମ ସରିଛି ଓ ଏହା ଗ୍ରାମବାସୀଙ୍କ ବ୍ୟବହାରରେ ଆସିଛି । ଏହି କାଠପୋଲ ଉପରେ ସାଇକେଲ,ମୋଟରସାଇକେଲ ଓ ଗ୍ରାମବାସୀ ଯାତାୟତ କରିପାରୁଛନ୍ତି । ଗ୍ରାମବାସୀ ମାନେ ନିଜେ ଏହି କାମ ଟି କରି ପାରିଥିବାରୁ ବହୁତ ଖୁସି ଅନୁଭୁତି କରୁଛନ୍ତି । ଏହି ସର୍ମ୍ପକରେ ଡଗେଶ ମଳିକ କହିଛନ୍ତି ଏହି କାଠପୋଲଟିକୁ ଆମେ ସବୁ ଗ୍ରାମବାସୀ ମାନେ ତିନି ମାସରେ ସାରିଥିବାରୁ ଖୁସି ଲାଗୁଛି । ଏହାକୁ ନେଇ କ,ନୁଆଗାଁ ବିଡିଓ ଜୟଦେବ ଦାସ କହିଛନ୍ତି ଏହି ବିନ୍ଦୁପଦର ଗ୍ରାମରେ ପୋଲ କୁ ନେଇ କିଛି ଅଭିଯୋଗ ଆସିନଥିଲା ଅନ୍ୟ କେତେକ ସ୍ଥାନରେ ପୋଲକୁ ନେଇ ଦାବୀପତ୍ର ଆସିଥିଲା ସେଗୁଡାକୁ ସରକାରଙ୍କ ପାଖକୁ ପଠାଇଛି ବୋଲି କହିଛନ୍ତି ।

Comments (0)
Add Comment