ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ଲକ୍ଡାଉନରେ ୧.୭୫ଲକ୍ଷ ଘର ନିର୍ମାଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ୧.୭୫ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଗୃହର ଉଦଘାଟନ କରିଛନ୍ତି । ଗ୍ରାମଞ୍ଚଳର ଗରିବଙ୍କ ପାଇଁ କେନ୍ଦ୍ରର ଆବାସ ଯୋଜନା କେବଳ ସେମାନଙ୍କୁ ଘର ଯୋଗାଇ ଦେଉନାହିଁ ବରଂ ଆତ୍ମବିଶ୍ୱାସ ମଧ୍ୟ ପ୍ରଦାନ କରୁଛନ୍ତି ବୋଲି ଭର୍ଚୁଆଲ୍ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । କରୋନା ମହାମାରୀ ସଂକ୍ରମଣ ତଥା ଲକ୍ଡାଉନ୍ମଧ୍ୟରେ ଏହି ଘର ଗୁଡିକ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଆଜି ସେମାନଙ୍କର ପକ୍କା ଘର ପାଇଛନ୍ତି ଏବଂ ସେମାନଙ୍କର ସ୍ୱପ୍ନର ଘର ପାଇଛନ୍ତି । ବର୍ତମାନ ମଧ୍ୟପ୍ରଦେଶର ୧.୭୫ଲକ୍ଷ ପରିବାର, ଯେଉଁମାନେ ଆଜି ନିଜର ଘର ପାଇବେ । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । କରୋନାଭୁତାଣୁ ମହାମାରୀ ସମୟରେ ଏହି ଘର ମାତ୍ର ୪୫ରୁ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି ବୋଲି ସେ କହିଛନ୍ତି ।

Comments (0)
Add Comment