ପ୍ରବାସୀ ଓଡିଆ ଶ୍ରମିକଙ୍କ ଗାଡ଼ି ଗୁମ୍ମାଘାଟିରେ ଦୁର୍ଘଟଣାଗ୍ରସ୍ତ

ରାୟଗଡ: କେରଳରୁ କଳାହାଣ୍ଡି ଫେରୁଥିବା ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ରାୟଗଡ ଜିଲ୍ଳା ଗୁମ୍ମା ଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ଏଥିରେ ବସିଥିବା ୧୨ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ଆହାତ ହୋଇଥିବା ବେଳେ ଗାଡି ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ସମସ୍ତ ଆହାତମାନେ ଗୁରୁତର ଭାବେ ଆହାତ ହୋଇ ନଥିବାରୁ ସମସ୍ତଙ୍କୁ ଅନ୍ୟ ଗାଡି ଯୋଗେ ତାଙ୍କ ନିଜ ପଂଚାୟତକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ କାଶିପୁର ବ୍ଳକର ୪ଜଣ ଓ କଳାହାଣ୍ଡି ଜିଲ୍ଳାର ୮ଜଣଙ୍କୁ ନେଇ କେରଳରୁ ଏକ ଗାଡି ଯୋଗେ ଓଡିଶା ଫେରିଥିଲେ । ରବିବାର ଅପରାହ୍ନରେ ଓଡିଆ-ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଜିଲ୍ଳାର କେରଡା ଚେକ ପୋଷ୍ଟରେ ସେମାନଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ପଞ୍ଜିକୃତ କରାଯାଇ ଷ୍ଟାମ୍ପିଂ କରାଯିବା ପରେ ସେମାନେ ସେଠାରୁ ସାଢେ ୩ଟାରେ କଳାହାଣ୍ଡି ଅଭିମୁଖେ ଭାୟା କାଶିପୁର ଦେଇ ଯିବା ପାଇଁ ବାହାରିଥିଲେ । ତେବେ ରାୟଗଡ ଥାନା ଅଧିନସ୍ଥ ଗୁମ୍ମାଘାଟି ତଳକୁ ଓହ୍ଳାଉଥିବା ବେଳେ ଗାଡି ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡିଟି ଘାଟିରାସ୍ତା ପାଶ୍ୱର୍ରେ ଥିବା ସୁରକ୍ଷା ପାଚେରୀକୁ ଯାଇ ଧକ୍କା ଦେଇଥିଲା । ଗାଡିଟି ଜୋରରେ ଧକ୍କା ହେବା ଫଳରେ ବସିଥିବା ୧୨ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ଆହାତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପଂହଚି ସେମାନଙ୍କୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ଭିର୍ତି କରିଥିଲେ । ସମସ୍ତଙ୍କୁ ପ୍ରାଥମିକ କରାଯାଇଥିବା ବେଳେ ୩ଜଣ ଅଧିକ ଆହାତ ହୋଇଥିବା ନେଇ ଗାଡିରେ ବସିଥିବା ହରିଶଚନ୍ଦ୍ର ନାୟକ ପ୍ରବାସୀ ଓଡିଆ ଶ୍ରମିକ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଗତ ୨ଦିନ ହେଲା ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅଂଚଳର ୩୨୬ନମ୍ବର ଜାତୀୟ ରାଜପଥରେ ୩ଟି ସଡକ ଦୁର୍ଘଟଣାରେ ୫ରୁ ଉର୍ଦ୍ଧ ବ୍ୟକ୍ତି ଆହାତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,ଗତ ଶନିବାର ରାତ୍ର୍ର ସାଢେ ୯ଟା ବେଳେ ଏମଏଟି ଗାଡି(ଓଆର ୧୮-୭୬୨୨)ରେ ଜୟ ସ୍ୱାଇଁ (୪୨) ନାମକ ଜଣେ ବ୍ୟକ୍ତି ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ରାୟଗଡରୁ ଜେକେପୁର ଅଭିମୁଖେ ହିରୋହଣ୍ଡା ସିବିଜେଡ୍ ବାଇକ (ଓଆର ୧୮ ବି ୫୬୩୭)ରେ ରୂପେଶ ଯାଦବ, ଦୀପକ ଯାଦବ ଓ ଚନ୍ଦନ ଯାଦବ ଆସୁଥିବା ବେଳେ ଜୟ ସ୍ୱାଇଁଙ୍କ ଗାଡିକୁ ମୁହାମୁହିଁ ଧକ୍କା କରିଥିଲେ । ଫଳରେ ଜୟ ସ୍ୱାଇଁ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ରାୟଗଡ ପରେ ବ୍ରହ୍ମପୁର ଓ ସେଠାରୁ କଟକ ମେଡିକଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେହିପରି ସିବିଜେଡ୍ ବାଇକରେ ଥିବା ୩ଜଣ ଯାଦବଙ୍କ ମ୍ମରୁ ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ଜଣ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇ ଚିକିତ୍ସା ହେଉଛନ୍ତି । ଗୁରୁତର ଆହାତ ହୋଇଥିବା ଜୟ ସ୍ୱାଇଁଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ କୋତାପେଟା ଗ୍ରାମରେ ହୋଇଥିବା ବେଳେ ୩ଜଣ ଯାଦବଙ୍କ ଘର ବିହାର ବୋଲି ଜଣାପଡିଛି । ସେହିପରି ରବିବାର ସକାଳେ ଅମ୍ଳାଭଟ୍ଟା ଛକ ନିକଟରେ ଏକ ବୋଲେରୋ (ଓଡି୧୮ଏଫ ୯୬୧୭) ଗାଡି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପଛପଟୁ ଧକ୍କା ଦେଇଥିବା ବେଳେ ଅପରାହ୍ନ ୨ଟା ସମୟରେ ସ୍ଥାନୀୟ କୁମୁଟିପେଣ୍ଠ ନିକଟରେ ରାୟଗଡ ଅଭିମୁଖେ ଯାଉଥିବା ପି.ମୂରଲୀ ମୋହନ ନିଜ ବାଇକ (ଓଡି୧୮ଏ‘ ୮୨୭୬)ଯୋଗେ ଫେରୁଥିବା ବେଳେ ରାୟଗଡରୁ ଜେକେପୁର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ଅଟୋରିକ୍ସା ଲୁହାରଡ ସହ ଯାତ୍ରୀଙ୍କୁ ଆଣୁଥିବା ବେଳେ ଧକ୍କା ହେବା ଫଳରେ ବାଇକ ଚାଳକ ମୋହନଙ୍କ କାନ ନିକଟରେ ଗୁରୁତର ଆହାତ ହୋଇଥିଲା । ସ୍ଥାନୀୟ ଲୋକେ ଗୁରୁତର ମୋହନଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ଉକ୍ତ ସମସ୍ତ ସଡକ ଦୁର୍ଘଟଣାକୁ ନେଇ ଚାନ୍ଦିଲି ଥାନା ଅଧିକାରୀ ତଥା ଡିଏସପି ଅରୁଣ ପୃଥକ୍ ପୃଥକ କେସ କରିଥିବା ସୂଚନା ଦେଇଛନ୍ତି ।

Comments (0)
Add Comment