ଫକୀରମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଯୁବମୋର୍ଚାା ତରଫରୁ ଏକ ପ୍ରତୀକାତ୍ମକ ପ୍ରତିବାଦ ରେମୁଣା ନୂଆପାଢୀସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବମୋର୍ଚା ସଭାପତି ସମର ଶଙ୍କର କାନୁନଗୋଙ୍ ନେତତ୍ୱରେ ଅନୁଷ୍ଠିତ ହୋଇଯାଇଛିି । ଓଡିଶା ସରକାରଙ୍କ ପ୍ରସ୍ତାବିତ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ସଂସଧନ ଅଧିନିୟମ – ୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ ପ୍ରତ୍ୟାହାର ବିଶ୍ୱିାଳ ଗୁଡିକର ସ୍ୱାୟତା କ୍ଷୁର୍ଣ୍ଣ କରିବା ସହିତ ଶିକ୍ଷାର ମାନଦଣ୍ଡକୁ ମଧ୍ୟ ପ୍ରତିକୁଳଭାବେ ପ୍ରବାବିତ କରିବା । ଏହି ଅଧିନିୟମ ରେ ପ୍ରାଧ୍ୟାପିକଙ୍କର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ କୁଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଂକୁଚିତ ହେବ । ପ୍ରସ୍ତାବିତ ଲେଜିସଲେଚରରୁ ବିଶ୍ୱବିଦ୍ୟାଳୟକୁ ବାଦ ଦିଆଯାଇଛି । ଏହା ଦ୍ୱାରା ମେଧାøାଡିଆ ବିଦ୍ୟାର୍ଥୀଙ୍କର ଶିକ୍ଷା ବ୍ୟବସ୍ଥା ଓ ଗବେଷଣାରେ ମାନହ୍ରାସ ପାଇବା ସହ ଅଯଥା ରାଜନୈତିକ ଚାପ ବୃଦ୍ଧି ପାଇବ । ପାଠପଢା ଓଡିଶାର ମୁଳପୁଂଜି ଏଥିପାଇଁ ସାରା ଦେଶ ତଥା ବିଶ୍ୱରେ ଓଡିଆ ମେଧାଙ୍କର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ।ଆଇନ କାର୍ଯ୍ୟକାରୀ ହେଲେ ବିଶେଷ କରି ଗରିବ ମେଧା ଛାତ୍ରମାନେ ବିଶେଷଭାବେ ପ୍ରଭାବିତ ହେବେ । ଯଦି ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ନ ରହେ ତେବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାଧ୍ୟରେ କଣ ପାର୍ଥକ୍ୟ ରହିବ । ସରକାରଙ୍କ ଛୋଟିଆ ନେତା ମାନେ ଏଥିରେ ଏଜେଂଟ ରହିବେ ଓ ସିଟିଙ୍ଗ ଏଲାଉନସ ନେବେ . ଏଥିରେ ଶାସକ ଦଳର କର୍ମୀ ଖୁସି ହେବେ । କିନ୍ତୁ ବିଶ୍ୱବିଦ୍ୟାଳୟର ବ୍ୟାପକ ଅର୍ଥ ନଷ୍ଟ ହେବ । ସରକାର ନିଜର ଲୋକଙ୍କୁ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ଦେବା ଲକ୍ଷ୍ୟରେ ଏଭଳି ହିନ ଚକ୍ରାନ୍ତ କରିଛନ୍ତି । ଏହାଦ୍ୱାରା ସିନେଟ ବ୍ୟବସ୍ଥାର କ୍ଷମତା ଓ କାର୍ଯ୍ୟ ଗୁଡିକ ପ୍ରଭାବିତ ହେବ । ସରକାରଙ୍କ ଏଭଳି ନୀତି ବୋରୋଧରେ ଆଜି ଏ ପ୍ରତିବାଦ କରାଯାଇଛି । ଏଥିରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ରଶେଖର ନନ୍ଦ,ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ପ୍ରବୀର ଦାସ,ଜିଲ୍ଲା ଯୁବମୋର୍ଚ୍ଚା ଉପସବାପତି ରଂଜିତ ପ୍ରଧାନ,ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ମନ୍ମୟ ଦାସ,ମଣ୍ଡଳ ସଭାପତି ଅରବିନ୍ଦ ପାତ୍ର,ସୁବୋଧ ପଣ୍ଡା,ତାପସ ମହାନ୍ତି,ସୂର୍ଯ୍ୟକାନ୍ତ ବିଶ୍ୱାଳ,ଦେବାଶିଷ ଆଚାର୍ଯ୍ୟ,ନିତିନ ଶାହା,ବିଘ୍ନେଶ୍ୱର ଦାସ,ବିଶ୍ୱଜିତ ବେହେରା,କାହ୍ନୁଚରଣ ବେହେରା ଓ କାକର ଦଳେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସରକାର ଯଦି ଏହି ସଂବୋଧିତ ଅଧିନିୟମ ବିରୋଧରେ ଯୁବମୋର୍ଚ୍ଚାର ଦାବି ନ ମାନନ୍ତି ତାହେଲେ ଆଗାମୀ ଦିନରେ ଆନେ୍ଦାଳନକୁ ଅଧିକ ବ୍ୟାପକ କରାଯିବ ବୋଲି ଯୁବମୋର୍ଚ୍ଚା ତରଫରୁ ସୂଚନା ଦିଆଯାଇଛି । ବିଜେପି ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଗଣମାଦ୍ୟମ ଆଗରେ ସୂଚନା ଦେଇଛନ୍ତି ।

Comments (0)
Add Comment