ବଜେଟ୍ ସ୍ୱଚ୍ଛତାରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ବଜେଟ୍ ପ୍ରକ୍ରିୟା ସ୍ୱଚ୍ଛତାରେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି । ଡିଜିଟାଲ୍ ମାଧ୍ୟମରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ଏଥିରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା ସୂଚନା ଦେଇଥିଲେ ଯେ ଟ୍ରାନ୍ସପାରେନ୍ସି ଇଂଟରନ୍ୟାସନାଲ୍ ଏହାର ବାର୍ଷିକ ସଂସ୍କାରଣରେ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ସ୍ୱଚଚ୍ଛତା ଅବଲମ୍ବନ କରୁଥିବା ରାଜ୍ୟକୁଡ଼ିକର ତାଲିକାରେ ଓଡ଼ିଶାକୁ ତୃତୀୟ ସ୍ଥାନ ପ୍ରଦାନ କରାଯାଇଛି । ପ୍ରଥମ ସ୍ଥାନରେ ଆସାମ ଓ ଦ୍ୱିତୀୟରେ ଆନ୍ଧ୍ର ପ୍ରଦେଶ ରହିଛି । ଆସାମ ୭୦ ରିୟାକିଙ୍ଗ ପଏଂଟ ପାଇଥିବା ବେଳେ ଆନ୍ଧ୍ର ୬୭ ଏବଂ ଓଡ଼ିଶା ୬୬ ରିୟାକିଙ୍ଗ ପଏଂଟ ପାଇଛି । ଶ୍ରେଷ୍ଠ ପାଂଚଟି ସ୍ଥାନରେ ଥିବା ଅନ୍ୟ ଦୁଇଟି ରାଜ୍ୟ ହେଉଛି ଝାଡ଼ଖଣ୍ଡ ଓ ବିହାର ଝାଡଖଣ୍ଡ ର୍ୟାଙ୍କିଙ୍ଗ ପଏଂଟ ୬୦ ଥିବା ବେଳେ ବିହାରର ୫୯ ରହିଛି । କରୋନା ମହାମାରୀ ପୂର୍ବ ଓ ପରବର୍ତୀ ସମୟରେ ଅର୍ଥନୀତିର ସ୍ଥିତି କ’ଣ ରହିଛି ତାହାର ତୁଳନା କରିବା ଲାଗି କୃଷି, ମାଛଚାଷ ଓ ପଶୁପାଳନ କ୍ଷେତ୍ରକୁ ନେଇ ଏକ କମ୍ପୋଜିଟ୍ ସୂଚନା ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି । ବିଭିନ୍ନ ସରକାରୀ ବିଭାଗରେ ପଡ଼ି ରହିଥିବା ପାଣ୍ଠି ଶୀଘ୍ର ଜମା କରିବାକୁ ସେ ନିର୍ଦେଶ ଦେଇଛନ୍ତି । ସେଂଟର ଅଫ୍ ଏକ୍ସିେଏନ୍ସ ଫର ଫିସ୍କାଲ୍ ପଲିସି ଆଣ୍ଡ ଟ୍ୟାକ୍ସେସନ୍ (ସିଇଏଫ୍ଟି) ସହଯୋଗରେ ଏକ୍ସଆଇଏମ୍ବିରେ ‘କମ୍ପୋଜିଟ ସୂଚା’ ପାଇଁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ କ୍ଷେତ୍ରର ମାନଦଣ୍ଡର ସେ ପ୍ରସ୍ତତ କରାଯାଇଥିବା ବିଭିନ୍ନ କ୍ଷେତ୍ରର ମାନଦଣ୍ଡର ସେ ସମୀକ୍ଷା କରିଥିଲେ । କୃଷି, ମାଛଚାଷ , ପଶୁପାଳନ, ଖଣି, ଜିଏସ୍ଟି, ମୋଟର ଯାନ ଟିକସ, ବିଦ୍ୟୁତ ବ୍ୟବହାର, ଅଣ ଜିଏସ୍ଟି ସାମଗ୍ରୀରେ ଭାଟ୍, ଅବକାରୀ ଟିକସ, ସୃଷ୍ଟି ହୋଇଥିବା ମନୁଷ୍ୟ ଦିବସ, ହାରାହାରି ବ୍ୟାଙ୍କ ଋଣ, ବେକାରୀ ଜିଏସ୍ଡିପି ଅନୁପାତ ପାଇଁ ଏହି ସୂଚନା ସାମିଲ କରିବାକୁ ସେ କହିଛନ୍ତି । ଏହି ଅବସରରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ଅତିରିକ୍ତ ସଚିବ ରୁପ୍ ନାରାୟଣ ଦାସ ଓ ସତ୍ୟପ୍ରିୟ ରଥ ଉପସ୍ଥିତ ଥିଲେ ।

Comments (0)
Add Comment