ବଜ୍ରପାତରେ ଜଣେ ମୃତ : ୧୦ ଗୁରୁତର

ସାରସକଣା,୧୨ ।୦୬(ନି.ପ୍ର.): ଚାଷକାମ ଆରମ୍ଭ କରିବା ପୂର୍ବରୁ ସାନ୍ତାଳି ସମ୍ପ୍ରଦାୟର ଏକ ପୂଜା ଚାଲିଥିଲା ବେଳେ ଗତ ୧୦ ତାରିଖ ଦିନ ବଜ୍ରପାତରେ ଚାଲିଗଲା ଜୀବନ । ଅପରାହ୍ନ ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା ଆଉ ଚାଲିଯାଇଥିଲା ଏକ ଅମୂଲ୍ୟ ଜୀବନ ଓ ଏଥିସହିତ ୧୦ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ନୂଆଗାଁଠାରେ ସାନ୍ତାଳି ସମ୍ପ୍ରଦାୟର ଏକ ବିଶେଷ ପୂଜା ଚାଲିଥିଲା ବେଳେ ହଠାତ ବର୍ଷା ସହିତ ଘଡଘଡି ହୋଇଥିଲା । ବଜ୍ରପାତ ହେବା ଫଳରେ କୁଅଁରଡିହି ଗ୍ରାମର ୬୫ ବର୍ଷୀୟ ନାରାୟଣ ହାଁସଦାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୧୦ଜଣ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଶିର୍ଶା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଥିମଧ୍ୟରୁ ୨ ଜଣକ ଅବସ୍ଥା ଅଧିକ ଗୁରୁତର ହେବାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛିି । ଘଟଣା ସ୍ଥଳରେ ଝାରପୋଖରୀଆ ପୋଲିସ ଓ ସାରସକଣା ତହସିଲଦାର ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସାରସକଣା ତହସିଲଦାର ସତ୍ୟବାନ ନାୟକ କହିଛନ୍ତି । ଏବାବଦରେ ଏକ ୟୁଡି କେସ ରୁଜୁ ହୋଇଥିବାର ଜଣାଯାଇଛିା

Comments (0)
Add Comment