ବଡ଼ଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା


ଭୁବନେଶ୍ୱର: ବଡ଼ଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଭିତିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ)ରେ ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ରାସ୍ତାକୁ ବନ୍ଦ କରାଯିବା ସହ ପ୍ରାଣୀ ଉଦ୍ୟାନ ପରିସରରେ ଦୁଇ ସେକ୍ସନ ପୋଲିସ ଫୋର୍ସ ମୁତୟନ, ପ୍ରାଥମିକ ଚିକିସôା ନିମନ୍ତେ ଡାକ୍ତରୀ ଦଳ, ଦମକଳ ବାହିନୀ, ବିଶ୍ରାମ ସ୍ଥଳରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ପ୍ରବେଶ ଶୁକ୍ଳ ଦେବାକୁ ପଡୁଥିବା ବେଳେ ପାର୍କିଂ ଦେୟ ଦେବାକୁ ପଡ଼ିବା ନାହିଁ । ବାଘ, ଭାଲୁ ସିଂହ ଓ ତୃଣଭୋଜୀ ସଫାରୀ, ବୋଟିଂ, ବ୍ୟାଟେରିଚାଳିତ ଗାଡ଼ି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ କେବଳ ଓଟିଡିସି ଓ କ୍ୟାଂଟିନରେ ଜଳଖିଆ ଓ ଖାଦ୍ୟ ଖାଇଲେ ଖାଦ୍ୟ ଅନୁଯାୟୀ ଦେୟ ଦେବାକୁ ପଡ଼ିଥାଲ । ବିଦେଶୀ ପର୍ଯ୍ୟଟକଙ୍କ ଲାଗି ୫୦ ଟଙ୍କା ଅନୁଯାୟୀ ଦେୟ ଦେବାକୁ ପଡିଥାଏ । ବିଦେଶୀ ପର୍ଯ୍ୟଟକଙ୍କ ଲାଗି ୫୦ ଟଙ୍କା ଦେୟ ରହିଛି । ୩ ବର୍ଷରୁ ୧୨ବର୍ଷ ପିଲାଙ୍କ ପାଇଁ ୧୦ ଟଙ୍କା ରହିଥିବା ବେଳେ ଉଦ୍ୟାନ ଭିତରକୁ ସାଧାରଣ କ୍ୟାମେରା ନେଲେ ଦେୟ ଦେବାକୁ ପଡ଼ିନଥାଏ । ଭିଡିଓ ରେକର୍ଡିଂ ପାଇଁ ୫୦୦ଟଙ୍କା, ଛୋଟ ଭିଡିଓ କ୍ୟାମେରା ପାଇଁ ୧୦୦ ଟଙ୍କା, ଚଳଚ୍ଚିତ୍ର କ୍ୟାମେରା ପାଇଁ ୪୦୦୦ ଟଙ୍କା ଦେୟ ଦେବାପାଇଁ ପଡିଥାଏ । ଭିନ୍ନକ୍ଷମଙ୍କ ପାଇଁ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ବଟାନିକାଲ ଗାର୍ଡେନର ପ୍ରବେଶ ଦେୟ ଜଣ ପିଛା ୨୦ ଟଙ୍କା ରହିଥିବା ବେଳେ ଦୁଇ ଚିକିଆ, ତିନି ଚକିଆ ଗାଡି ପାଇଁ ୩୦ ଟଙ୍କା, ଚାରିଚକିଆ ପାଇଁ ୧୦୦ ଟଙ୍କା ଓ ବସ୍ ପାଇଁ ୨୦୦ ଟଙ୍କା ରଖାଯାଇଛି ।

Comments (0)
Add Comment