ଯାଜପୁର: ଦଶରଥପୁର ବ୍ଲକର ବିରଜାପୁର, ଅକରପଡ଼ା, କଟିକଟା ଓ ଡ଼ାହାଣହତା ପଂଚାୟତ ଦେଓପଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳ ସମେତ ସଂଲଗ୍ନ କେତେକ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ପ୍ରତିରୋଧ ତଥା କଂଟେନ୍ମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଏହି କଂଟେନ୍ମେଂଟ୍ ଜୋନ୍ ଅବଧିକୁ ମେ’ ୧୦ ତାରିଖକୁ ସ୍ଥିର କରାଯାଇଥିଲା । କଂଟେନ୍ମେଂଟ୍ ଜୋନ୍ ଅବଧିକୁ ୨ୟ ପର୍ଯ୍ୟାୟରେ ମେ’ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ପୁନର୍ବାର ଏହି ଅବଧିକୁ ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।