ବଢିଲା ବସ୍ ଭଡା


ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଆଜି ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍ଭଡା କିଲୋମିଟର ପିଛା ୧ ପଇସା ବଢିଥିଲା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା ଅନୁସାରେ, ସାଧାରଣ ବସ୍ ଭଡା କିଲୋମିଟର ପିଛା ୭୨ ପଇସାରୁ ୭୩ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୭୫ରୁ ୭୬ ପଇସା କୁ ବୃଦ୍ଧି ପାଇଥିଲା ବେଳେ ଡିଲକ୍ସ ବସ୍ ଭଡା ୧ଟଙ୍କା ୦୫ ପଇସାରୁ ୧ଟଙ୍କା ୦୭ ପଇସା ଏବଂ ଏସି ଡିଲକ୍ସ ବସ୍ ଭଡା ୧ଟଙ୍କା ୨୭ ପଇସାରୁ ୧ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି । ବଦ୍ଧିତ ବସ୍ ଭଡା ଆଜି ଠାରୁ ଲାଗୁ ହୋଇଛି ।

Comments (0)
Add Comment