ବଢୁଛି ସୁବର୍ଣ୍ଣରେଖା

ବାଲେଶ୍ୱର: ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଗାଲୁଡ଼ିହ ବ୍ୟାରେଜରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍‌ରୁ ଅଧିକ ବର୍ଷା ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାଜଘାଟ ଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ବିପଦସଂକେତ ଉପରେ ପ୍ରଭାବିତ ହେଉଛି । ସେଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ବନ୍ୟାଜଳ ୧୦.୬୦ମିଟର ଉପରେ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତ କିଛିଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ପଶ୍ଚିମବଙ୍ଗ ର ଉଦବ୍ରୁତ୍ତ ବର୍ଷା ପାଣି ଯୋଗୁ ଜଳେଶ୍ୱର,ଭୋଗରାଇ ର ଧୋୟା ଅଞ୍ଚଳ ବୁଡିରହିଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖା ଦେବାରୁ ନଦୀରେ ପଡ଼ିଥିବା ଖାଳ ଓ ନାଲ ଦ୍ୱାରା ପାଣି ସମତଳ ଅଞ୍ଚଳ କୁ ପ୍ରବାହିତ ହେଉଛି । ଫଳରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

Comments (0)
Add Comment